28.1 C
Bhubaneswar
Thursday, May 2, 2024
Homeଓଡିଶାମିଳିତ ଗବେଷଣା ନିମନ୍ତେ ସୋଆ ଏବଂ ଆର୍‌ଏଫ୍‌ଆର୍‌ଏଫ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ମିଳିତ ଗବେଷଣା ନିମନ୍ତେ ସୋଆ ଏବଂ ଆର୍‌ଏଫ୍‌ଆର୍‌ଏଫ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର, : ବିବିଧ ବିଷୟରେ ଗବେଷଣା ଏବଂ ଶୈକ୍ଷିକ ସହଭାଗିତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ରିସର୍ଚ୍ଚ ଫର୍ ରିସର୍ଜେନ୍ସ ଫାଉଣ୍ଡେସନ୍ (ଆର୍‌ଏଫ୍‌ଆର୍‌ଏଫ୍‌) ମଧ୍ୟରେ ଏଠାରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି ।
ସ୍ୱେଚ୍ଛାସେବୀ ସଂଗଠନ ଭାରତୀୟ ଶିକ୍ଷଣ ମଣ୍ଡଳ ଦ୍ୱାରା ପ୍ରତିଷ୍ଠିତ ଆର୍‌ଏଫ୍‌ଆର୍‌ଏଫ୍‌ର ମୂଳ ଲକ୍ଷ୍ୟ ରହିଛି ଭାରତୀୟ ତତ୍ୱକୁ ଗୁରୁତ୍ୱ ଦେଇ ଗବେଷଣା, ପ୍ରକ୍ରିୟା ଏବଂ ନୂତନ ଜ୍ଞାନକୌଶଳକୁ ଏକାଠି କରିବା ।
ସୋଆର ଉପକୁଳପତି ପ୍ରଫେସର (ଡ) ପ୍ରଦୀପ୍ତ କୁମାର ନନ୍ଦ ଓ ଭାରତୀୟ ଶିକ୍ଷଣ ମଣ୍ଡଳର ଜାତୀୟ ସାଂଗଠନିକ ସଚିବ ଶ୍ରୀ ମୁକୁଳ କାନିତ୍‌କର୍ ଏହି ଚୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି ।
ସୋଆ ସହ ଚୁକ୍ତି ସ୍ୱାକ୍ଷର କରିବା ଅବସରରେ ଶ୍ରୀ କାନିତ୍‌କର୍ କହିଛନ୍ତି ଯେ ଆର୍‌ଏଫ୍‌ଆର୍‌ଏଫ୍ ସୋଆକୁ ମିଶାଇ ଏ ପର୍ଯ୍ୟନ୍ତ ୧୯୪ଟି ବିଶ୍ୱବିଦ୍ୟାଳୟ ସହ ଚୁକ୍ତି କରି ସାରିଛି । ସେହିପରି ବିଭିନ୍ନ ଆଇଆଇଟି ସହ ମଧ୍ୟ ସହଯୋଗିତା କରାଯାଉଛି । ଭାରତୀୟ ଦୃଷ୍ଟିକୋଣରୁ ଗବେଷଣା କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ଅନୁଷ୍ଠାନ ସହିତ ସହଯୋଗିତା କରାଯାଉଛି ବୋଲି ସେ କହିଛନ୍ତି ।
ସେ କହିଥିଲେ ଯେ ପରିବେଶ ଏବଂ କୃଷି କ୍ଷେତ୍ରରେ କୃଷକମାନେ ସାମ୍ନା କରୁଥିବା ବିପର୍ଯ୍ୟୟକୁ ଗୁରୁତ୍ୱ ଦିଆଯାଇ ଗବେଷଣା କରାଯିବ । ସେହିପରି “ନିଜ ନଦୀକୁ ଜାଣନ୍ତୁ” (ନୋ ୟୁଓର ରିଭର୍ସ) କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ସାମିଲ ହୋଇଥିବା ବେଳେ ସେମାନେ ଦେଶର ନଦୀଗୁଡ଼ିକ ସମ୍ପର୍କରେ ଅନେକ ତଥ୍ୟ ସଂଗ୍ରହ କରୁଛନ୍ତି ବୋଲି ସେ କହିଥିଲେ ।
ଭାରତରେ ୧୮ ପ୍ରତିଶତ କୃଷି ଉତ୍ପାଦିତ ଦ୍ରବ୍ୟ ସଂରକ୍ଷଣର ସୁବିଧାର ଅଭାବ ତଥା ପରିବହନ ଜନିତ ସମସ୍ୟା ଯୋଗୁଁ ନଷ୍ଟ ହେଉଥିବା ବେଳେ ୬୦ ପ୍ରତିଶତ କୃଷକଙ୍କର କ୍ଷୁଦ୍ର ଚାଷଜମି ରହିଥିବା ବେଳେ ସଂରକ୍ଷଣ ସୁବିଧାର ଅଭାବ ଯୋଗୁଁ କ୍ଷତି ସହ୍ୟ କରୁଛନ୍ତି । ସେଥିପାଇଁ କମ୍ ଖର୍ଚ୍ଚରେ ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ ଆବଶ୍ୟକୀୟ ଗବେଷଣା ଜାରି ରହିଛି ।
ଏହାଛଡ଼ା ଭାରତୀୟ ପରିବାର, ଏଥିରେ ଘଟୁଥିବା ପରିବର୍ତନ ଏବଂ ଦଶନ୍ଧି ଦଶନ୍ଧି ଧରି ସେମାନେ ସାମ୍ନା କରୁଥିବା ସମସ୍ୟା ତଥା ଦକ୍ଷତା ବିକାଶ କ୍ଷେତ୍ରକୁ ନେଇ ମଧ୍ୟ ଗବେଷଣା କରାଯିବ ବୋଲି ସେ କହିଥିଲେ ।
ଇଞ୍ଜିନିୟରିଂ ଓ ମେଡିସିନ୍ ଠାରୁ ଆରମ୍ଭ କରି କୃଷି କ୍ଷେତ୍ର ପର୍ଯ୍ୟନ୍ତ ସୋଆରେ ବ୍ୟାପକ କ୍ଷେତ୍ରରେ ଶିକ୍ଷା ପ୍ରଦାନ କରାଯାଉଥିବାରୁ ବିବିଧ ବିଷୟକୁ ନେଇ ଗବେଷଣା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ସୋଆ ଏକ ପ୍ରକୃଷ୍ଟ ସ୍ଥଳ ବୋଲି ସେ କହିଥିଲେ ।
ଏହି ଅବସରରେ ପ୍ରଫେସର ନନ୍ଦ ସୋଆ ପରିଚାଳିତ ୧୬ ଟି ଗବେଷଣା କେନ୍ଦ୍ର ଏବଂ ୫୮ ଟି ରିସର୍ଚ୍ଚ ଲାବୋରେଟୋରୀ ସମ୍ପର୍କରେ ତଥ୍ୟ ରଖିଥିଲେ । ବିଶେଷ କରି ସେ ନାନୋଟେକ୍ନୋଲୋଜି, ବାୟୋମେକାନିକ୍ସ ଏବଂ ବାୟୋ ମେଡିକାଲ୍ ରିସର୍ଚ୍ଚ ସମେତ କୃଷି କ୍ଷେତ୍ରରେ ପରିବେଶ କୈନ୍ଦ୍ରିକ ପରୀକ୍ଷଣ ସମ୍ପର୍କରେ ତଥ୍ୟ ରଖିଥିଲେ ।
ଶ୍ରୀ କାନିତ୍‌କର୍ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ପରବର୍ତୀ କାର୍ଯ୍ୟକ୍ରମରେ ଶ୍ରୀ କାନିତ୍‌କର୍ “ଭାରତର ପୁନରୁଦ୍ଧାର ପାଇଁ ଅନୁସନ୍ଧାନର ଭୂମିକା” ଶୀର୍ଷକ ବିଷୟବସ୍ତୁକୁ ନେଇ ସୋଆର ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଭାରତୀୟ ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ପରିବର୍ତନ କରାଯାଉଥିôବା ବେଳେ ଇଞ୍ଜିନିୟରିଂ ଏବଂ ମେଡିସିନ୍ ଭଳି ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ କିଭଳି ମାତୃଭାଷାରେ ପାଠ ପଢ଼ିପାରିବେ ସେ ଦିଗରେ ପ୍ରଚେଷ୍ଟା କରାଯାଉଛି ବୋଲି ସେ କହିଥିଲେ ।
ଭାରତର ପୁନରୁତ୍‌ଥାନ କ୍ଷେତ୍ରରେ ଇଂରାଜୀ ଶିକ୍ଷା ଏକ ପ୍ରତିବନ୍ଧକ ଭାବେ ଉଭା ହୋଇଥିବା ବେଳେ ପ୍ରାଚୀନ କୃତିକୁ ଉଦ୍‌ଜୀବିତ କରିବା ନିମନ୍ତେ ସ୍ଥାନୀୟ କ୍ଷେତ୍ରରୁ ଅନେକ ପ୍ରତିଭାକୁ ଖୋଜି ବାହାର କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ବିଶ୍ୱର କୋଣ ଅନୁକୋଣରୁ ଛାତ୍ରଛାତ୍ରୀ ଯଦି ଜ୍ଞାନ ଏବଂ ଅନୁସନ୍ଧାନକୁ ଗୁରୁତ୍ୱ ଦେଇ ଯେତେବେଳେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇବା ପାଇଁ ଲମ୍ବା ଲାଇନ୍ ଲଗାଇବେ ସେତେବେଳେ ହିଁ ଭାରତ ପ୍ରକୃତରେ ‘ଜଗତ୍‌ଗୁରୁ’ ହୋଇପାରିବ ବୋଲି ସେ କହିଥିଲେ ।
ଏହି ଅବସରରେ ପ୍ରଫେସର ନନ୍ଦଙ୍କ ସମେତ ପ୍ରଫେସର ବସନ୍ତ କୁମାର ପତି ମଧ୍ୟ ବକ୍ତବ୍ୟ ରଖିଥିଲେ । ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking