ଭୁବନେଶ୍ୱର: ଦଳ ପକ୍ଷରୁ କରାଯାଇଥିବା ସୋ-କୋଜ ନୋଟିସର ଉତ୍ତର ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ସୁର ଉକ୍ତ କାରଣ ଦର୍ଶାଅ ନୋଟିର ଜବାବ ଦେଇଛନ୍ତି । କୌଣସି ସଭାସମିତିରେ ପୁଅ ପାଇଁ ଭୋଟ ମାଗିନଥିବା ସୁର କହିଛନ୍ତି । ସୋସିଆଲ ମିଡିଆରେ ତାଙ୍କ କଥାକୁ ଯୋଡ଼ି ଅପପ୍ରଚାର କରାଯାଉଛି । ତେବେ ମଲା ଯାଏଁ ସେ କଂଗ୍ରେସରେ ରହିବେ ବୋଲି ସୁର କହିଛନ୍ତି ।