ଭୁବନେଶ୍ୱର: ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ପାରାଦୀପ କୁଜଙ୍ଗରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଏହାସହିତ ସୁଭଦ୍ରା ଯୋଜନା ବିଷୟରେ ମାଆ ମାନଙ୍କୁ ଅବଗତ କରାଇଛନ୍ତି। ଏହାପରେ କେନ୍ଦ୍ରାପଡା ଆଳି ଏବଂ ବାଲେଶ୍ୱରା ରେମୁଣାରେ ନିର୍ବାଚନ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।