28.1 C
Bhubaneswar
Saturday, June 21, 2025
Homeଖେଳଆଶେସ୍ ସିରିଜ୍‌ରେ ଆହତ ଥିଲେ ସ୍ମିଥ୍

ଆଶେସ୍ ସିରିଜ୍‌ରେ ଆହତ ଥିଲେ ସ୍ମିଥ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟର୍ ଷ୍ଟିଭ୍ ସ୍ମିଥ୍ ଏକ ବଡ଼ ଖୁଲାସା କରିଛନ୍ତି । ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ ବେଳେ ତାଙ୍କ କଚଟି (ରିଷ୍ଟ୍‌)ରେ ଆଘାତ ଲାଗିଥିଲା । ଏହା ସତ୍ତ୍ୱେ ସେ ପୂରା ସିରିଜ୍ ଖେଳିଥିଲେ । ଏହି ୩୪ ବର୍ଷୀୟ ବ୍ୟାଟର୍ ଦ୍ୱିତୀୟ ଟେଷ୍ଟ୍‌ର ପ୍ରଥମ ଇନିଂସ୍‌ରେ ୧୧୦ ରନ୍ କରିଥିଲେ । ମାତ୍ର ଏହି ଅବସରରେ ତାଙ୍କ ବାମ କଚଟିରେ ଆଘାତ ଲାଗିଥିଲା । ଫକ୍ସ କ୍ରିକେଟ୍‌କୁ ସ୍ମିଥ୍ କହିଛନ୍ତି, ଦ୍ୱିତୀୟ ଟେଷ୍ଟ୍ ବେଳେ ଏହି ଆଘାତ ଲାଗିଥିଲା । ତେବେ କେତେବେଳେ ଏହି ଆଘାତ ଲାଗିଥିଲା ସେ ଜାଣିନଥିଲେ । ରାତିରେ ସେ ଏ ସମ୍ପର୍କରେ ଜାଣିଥିଲେ । କଚଟିରେ ଫୁଲା ଦେଖିବାକୁ ମିଳିଥିଲା । ଏହା ସତ୍ତ୍ୱେ ସେ ପରବର୍ତ୍ତୀ ମ୍ୟାଚ୍ ଖେଳିଥିଲେ ଏବଂ ଓଲ୍ଡ ଟ୍ରାଫୋର୍ଡ ମ୍ୟାଚ୍ ପୂର୍ବରୁ ତାଙ୍କ ଯନ୍ତ୍ରଣା ନିବାରକ ଇଞ୍ଜେକସନ୍ ନେବାକୁ ପଡ଼ିଥିବା ବୋଲି କହିଛନ୍ତି । ସ୍ୱଦେଶ ଫେରିବା ପରେ ମୋତେ ଲାଗିଥିବା ମୁଁ ଏବେ ଫିଟ୍ ନାହିଁ । ଆଘାତ କାରଣରୁ ଏବେ ସେ କେତେକ କାମ ଠିକ୍ ଭାବେ କରିପାରୁ ନଥିବା ସ୍ମିଥ୍ କହିଛନ୍ତି । ସେ କରାଇଥିବା ଆଉ ଏକ ସ୍କାନ୍‌ରୁ ଜଣାପଡ଼ିଛି ଯେ ତାଙ୍କ କଚଟିରେ ହାଲୁକା ଫ୍ରାକ୍‌ଚର ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking