ଲାହୋର: ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ୮ ହଜାର ଟେଷ୍ଟ ରନ୍ ପୂରଣ କରିବାରେ ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ୍ ମ୍ୟାଚ୍ର ଚତୁର୍ଥ ଦିନ ଏହି ଉପଲବ୍ଧି ହାସଲ କରିଛନ୍ତି । କ୍ୟାରିୟର୍ର ୮୫ତମ ମ୍ୟାଚ୍ ଏବଂ ୧୫୧ତମ ଇନିଂସ୍ରେ ସ୍ମିଥ୍ ଏହି ମାଇଲ୍ଖୁଣ୍ଟ ଛୁଇଁଛନ୍ତି । ଏହି କ୍ଷେତ୍ରରେ ସେ ଶ୍ରୀଲଙ୍କା କୁମାର ସାଙ୍ଗକାରାଙ୍କ ରେକର୍ଡକୁ ଟପିଛନ୍ତି । ସାଙ୍ଗାକାରା ୧୨ ବର୍ଷ ତଳେ ଭାରତ ବିପକ୍ଷରେ ନିଜର ୧୫୨ତମ ଇନିଂସ୍ରେ ଏହି କାରନାମା କରିଥିଲେ । ଏହା ସହିତ ଆଠ ହଜାରରୁ ଅଧିକ ଟେଷ୍ଟ ରନ୍ କରିବାରେ ସ୍ମିଥ୍ ବିଶ୍ୱର ୩୩ତମ ଏବଂ ଅଷ୍ଟ୍ରେଲିଆର ସପ୍ତାମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ୨୦୧୦ରେ ଟେଷ୍ଟ ପଦାର୍ପଣ କରିଥିବା ସ୍ମିଥ୍ ଏହା ମଧ୍ୟରେ ୬୦.୧୭ ହାରରେ ୨୭ଟି ଶତକ ହାସଲ କରିସାରିଛନ୍ତି ।