22.1 C
Bhubaneswar
Saturday, January 11, 2025
Homeଖେଳଆଇପିଏଲ୍‌ରେ ବ୍ୟବହାର ହେବ ସ୍ମାର୍ଟ ରିପ୍ଲେ ସିଷ୍ଟମ୍‌

ଆଇପିଏଲ୍‌ରେ ବ୍ୟବହାର ହେବ ସ୍ମାର୍ଟ ରିପ୍ଲେ ସିଷ୍ଟମ୍‌

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୨୦୨୪ ସଂସ୍କରଣ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ । ଚଳିତ ସଂସ୍କରଣରେ ଅଧିକ ସଠିକ୍ ରିଭ୍ୟୁ ଏବଂ ନିର୍ଣ୍ଣୟ ପାଇଁ ଲିଗ୍‌ରେ ସ୍ମାର୍ଟ ରିପ୍ଲେ ସିଷ୍ଟମ୍ ବ୍ୟବହାର କରାଯିବ । ଇଏସ୍‌ପିଏନ୍ କ୍ରିକ୍‌ଇନ୍‌ଫୋ ରିପୋର୍ଟ ଅନୁସାରେ ସ୍ମାର୍ଟ ରିପ୍ଲେରେ ଅଧିକ ସ୍ପ୍ଲିଟ୍ ସ୍କ୍ରୀନ୍ (ଗୋଟିଏ ସ୍କ୍ରୀନ୍‌ରେ ଅଧିକ ଫ୍ରେମ୍‌) ଏବଂ ଉନ୍ନତ ଫ୍ରେମ୍ ରେଟ୍ ରହିବ ।

ସ୍ମାର୍ଟ ରିପ୍ଲେ ସିଷ୍ଟମ୍‌ରୁ ସିଧା ଇନ୍‌ପୁଟ୍ ଯୋଗାଇଦେବା ନିମନ୍ତେ ହକ୍‌-ଆଇ ଅପରେଟର୍ ଏବଂ ଟିଭି ଅମ୍ପାୟାର୍ ଗୋଟିଏ ରୁମ୍‌ରେ ବସିବେ । ଫଳରେ ଟିଭି ଅମ୍ପାୟାର୍‌ଙ୍କୁ ଭେନ୍ୟୁର ଚାରିପଟେ ଲାଗିଥିବା ୮ ହକ୍‌-ଆଇ ହାଇସ୍ପିଡ୍ କ୍ୟାମେରାରୁ କ୍ୟାପ୍‌ଚର୍ ଫୁଟେଜ୍‌ର ସହାୟତା ମିଳିବ । ଟିଭି ଡାଇରେକ୍ଟର ଏବେ ତୃତୀୟ ଅମ୍ପାୟାର୍ ଏବଂ ହକ୍‌-ଆଇ ଅପରେଟର୍‌ଙ୍କ ମଧ୍ୟରେ ଯୋଗାଯୋଗରେ ସାମିଲ ହେବେ ନାହିଁ । ଏହା ହିଁ ପୂର୍ବ ଟେକ୍‌ନିକ୍ ଓ ସ୍ମାର୍ଟ ରିପ୍ଲେ ମଧ୍ୟରେ ଅନ୍ତର ।

ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) ପୂର୍ବରୁ ଦ ହଣ୍ଡ୍ରେଡ୍‌ରେ ଏହି ପ୍ରକାରର ରେଫରାଲ୍ ପ୍ରକ୍ରିୟାର ବ୍ୟବହାର କରିଥିଲା । ସ୍ମାର୍ଟ ରିପ୍ଲେ ସିଷ୍ଟମ୍ ଟିଭି ଅମ୍ପାୟାର୍‌ଙ୍କୁ ପୂର୍ବ ତୁଳନାରେ ଅଧିକ ଆଙ୍ଗଲ୍‌ରୁ ଦେଖିବାକୁ ଅନୁମତି । ଫଳରେ ସ୍ପ୍ଲିଟ୍ ସ୍କ୍ରୀନ୍‌ରୁ ଅମ୍ପାୟାର୍‌ଙ୍କୁ ସହାୟତା ମିଳିବ । ନୂଆ ଟେକ୍‌ନିକ୍‌କୁ ନେଇ ବିସିସିଆଇ ପ୍ରାୟ ୧୫ ଜଣ ଚୟନିତ ଅମ୍ପାୟାର୍‌ଙ୍କ ପାଇଁ ମୁମ୍ବାଇରେ ରବିବାର ଓ ସୋମବାର ଦୁଇଦିନ ଧରି ଏକ ୱାର୍କଶପ୍‌ର ଆୟୋଜନ କରିଥିଲା । ଏହି ଅମ୍ପାୟାର୍‌ଙ୍କ ମଧ୍ୟରେ ଭାରତୀୟ ଓ ବିଦେଶୀ ଅମ୍ପାୟାର ସାମିଲ । ସେମାନେ ଆଇପିଏଲ୍ ୨୦୨୪ରେ ସ୍ମାର୍ଟ ରିପ୍ଲେ ସିଷ୍ଟମ୍ ସହିତ କାମ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking