ଯାଜପୁର: ଅଖିଳ ଭାରତ ଛାତ୍ର ସଂଘ ଯାଜପୁର ଜିଲା ଶାଖା ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆସନ୍ତା ଶିକ୍ଷା ବର୍ଷ ପାଇଁ ରାଜ୍ୟର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କର ସଂପୁର୍ଣ୍ଣ ଶିକ୍ଷା ଦେୟ ଛାଡ କରିବା,ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ଲକଡାଉନ ସମୟରେ ସମସ୍ତ ପିଂ ଛାଡ କରିବା,ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ୟୁନିପଂର୍ମ,ବହି ଇତ୍ୟାଦି ଯୋଗାଇଦେବା,ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଖାଲିପଡିଥିବା ପଦବୀ ପୁରଣ କରିବା ଏବଂ ଶିକ୍ଷାଧିକାର ଆଇନ ଅନୁଯାୟୀ ୨୫ ପ୍ରତିଶତ ଛାତ୍ର ଛାତ୍ରୀଙ୍କୁ ମାଗଣାରେ ପାଠ ପଢ଼ାଇବା ଦାବୀରେ ଏହି ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ସଂଘର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପ୍ରଶାସନକୁ ଏହି ଦାବୀ ପତ୍ର ପ୍ରଦାନ କରିଥିଲେ ।