କୋରାପୁଟ : ଜିଲ୍ଲାର ବନ୍ଧୁ ଗାଁ ବ୍ଲକ ଚିନ୍ତଗୁଡ଼ା ଗ୍ରାମର ଡାମନ ମେଲକା ଙ୍କ ର ଗେହ୍ଲେଇ ୧୫ବର୍ଷ ରଝିଅ ନମିତା ମେଲକା ଆଶ୍ରମ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରୀ ନା ଜଣେ ଗାୟିକା ନା ସଙ୍ଗୀତ ଶିକ୍ଷା ପାଇଁ କୌଣସି ତାଲିମ ନେଇଛନ୍ତି।କିନ୍ତୁ କଣ୍ଟରେ ସ୍ଵରସ୍ବତୀ ଙ୍କ ଆଶ୍ରିବା ଦ ରହିଛି।ନମିତା ଙ୍କ ଯାଦୁଭରା କଣ୍ଟ ର ସଙ୍ଗୀତ କୁ ନେଇ ଏବେ ସୋସିଆଲ ମିଡ଼ିଆ ରେଚର୍ଚ୍ଚା ଜୋର ଧରିଛି।ପିଲାଟି ଦିନରୁ ଗୀତ ଗାଇବାଥିବା ନମିତା ସ୍କୁଲ ରେ ଗୀତ ଗାଉଥିବା ପ୍ରଥମେ ପ୍ରଧାନ ଶିକ୍ଷକ ଦୃଷ୍ଟି କୁ ଆସିଥିଲେ।ପ୍ରଧାନ ଶିକ୍ଷକ ଙ୍କ ପ୍ରେରଣା ପାଇବା ପରେଗୀତ ଗାଇବା ସହ ଗୀତ ଶିଖିବାକରିଥିଲେ।ବିନା ଗୁରୁଙ୍କ ପ୍ରେରଣାରେ ବହୁ ଗୀତଓ ଭଜନ ଗାନ କରି ପୁରସ୍କୃତ ହୋଇଛନ୍ତି।୨୦୧୯ ମସିହାରେ ସରକାର ଙ୍କ ସରଗିପୁଲ କାର୍ଯ୍ୟକ୍ରମ ରେ ରାଜ୍ୟ ସ୍ତରରେ ମୋନାନୀତପ୍ରଥମ ପୁରସ୍କାର ଲାଭକରିବା ସହ ପୋଛିଶ ହଜାର ଟଙ୍କା ଓ ମାନପତ୍ରଦିଆ ଯାଇଥିବା ବେଳେ ତାଙ୍କୁ ମାତ୍ର ଦୁଇ ହଜାର ଟଙ୍କାମିଳିଥିବା ନମିତା ଙ୍କ ବାପା କହିଛନ୍ତି ।ବର୍ତ୍ତମାନ ନମିତା ଦଶମ ଶ୍ରେଣୀବର୍ଡପରୀକ୍ଷା ପାଇଁ ପ୍ରସ୍ତୁତ କରୁଛନ୍ତି।ପ୍ରତ୍ସାହନ ମିଳିଲେ ସେ ନିଶ୍ଚିତ ଭାବେ ଆଗକୁ ବଢ଼ିବେ ଓ ନିଶ୍ଚିତ ରେ ଭଲ କଣ୍ଟ ଶିଳ୍ପୀ ହୋଇ ପାରିବେ ବୋଲି ନମିତା କହିଛନ୍ତି।ଇତି ମଧ୍ୟରେ କୋରାପୁଟ ଜିଲ୍ଲାର ଜୟପୁର ଷ୍ଟୁଡିଓ ରେଗୀତ ଗାଇବା ପାଇଥିବା କହିଛନ୍ତି।ଜିଲ୍ଲା ପ୍ରଶାସନ ନମିତା ଙ୍କ ପ୍ରତିଭା କୁଚିନ୍ହଟ କରି ଉପଯୁକ୍ତ ପ୍ରତ୍ସାହନ ପ୍ରଧାନ କରିବାକୁ ବିଭିନ୍ନ ମହଲରେଦାବି ହୋଇଛି।
(କୋରାପୁଟ ରୁ ଅଭିନାଶ ଜାନାମ)