24.1 C
Bhubaneswar
Monday, May 4, 2026
Homeଓଡିଶାଗିରଫ ହେଲା ସିକନ୍ଦର ଆଲାମ

ଗିରଫ ହେଲା ସିକନ୍ଦର ଆଲାମ

ଜଗତସିଂହପୁର: ଜଗତସିଂହପୁରରେ ବାଂଲାଦେଶୀ ତଦନ୍ତରେ ଜଗତସିଂହପୁର ପୋଲିସକୁ ମିଳିଛି ବଡ ସଫଳତା । ଗିରଫ ହେଲା ସିକନ୍ଦର ଆଲାମ । ଯାଜପୁରରୁ ଗିରଫ ହେଲା ଜଗତସିଂହପୁର ପୋଲିସ । ଦୀର୍ଘ ୬ ଦିନର ଖୋଜାଖୋଜି ପରେ ଧରାପଡିଲା ଫେରାର ସିକନ୍ଦର । ଗିରଫ ହେବା ପରେ ସିକନ୍ଦରଠାରୁ ତାର ପାସପୋର୍ଟ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି । ବେହେରାମପୁର ବସ୍ତିରେ ସରକାରୀ ଜାଗାରେ ବେଆଇନ ଘର ତିଆରି କରି ବାଂଲାଦେଶୀଙ୍କୁ ରଖିଥିଲା ସିକନ୍ଦର । ତଦନ୍ତରୁ ଜଣାପଡିଛି ଯେ ସିକନ୍ଦରର ବିଦେଶୀ ଲିଙ୍କ ରହିଛି । ପୋଲିସ ଗିରଫ କରି ସିକନ୍ଦରକୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଆରମ୍ଭ କରିଛି । ସୂଚନା ଅନୁସାରେ, ଗତ ୧୬ ତାରିଖ ସନ୍ଧ୍ୟାରେ ବେହେରାମପୁର ବସ୍ତିରେ ଚଢ଼ାଉ କରିଥିଲା ପୋଲିସ । ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ସନ୍ଦେହରେ ହୋଇଥିଲା ଚଢ଼ାଉ । ଚଢ଼ାଉ ବେଳେ ପୋଲିସ ଦୁଇ ବାଂଲାଦେଶୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜଗତସିଂହପୁରରେ ବାଂଲାଦେଶୀ ସିଣ୍ଡିକେଟ୍‌ର ମୁଖ୍ୟ ହେଉଛି ସିକନ୍ଦର ଅଲ୍ଲି । ସିକନ୍ଦର ମର୍ଚ୍ଚାଣ୍ଟ ନାଭିରେ କାମ କରୁଥିଲା । ଖବର ଅନୁସାରେ, ୫ଟି ଦେଶରୁ ଅର୍ଥ ରାଶି ଆଣି ଫଣ୍ଡିଂ କରି ମଦ୍ରାସା ଚଲାଉଥିଲା ସିକନ୍ଦର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking