28.1 C
Bhubaneswar
Thursday, September 19, 2024
Homeଓଡିଶାସିଗନାଲ ଜେଇଙ୍କ ଘର ସିଲ୍‌

ସିଗନାଲ ଜେଇଙ୍କ ଘର ସିଲ୍‌

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ଙ୍କ ଭଡ଼ା ଘର ସିଲ୍ କରାଯାଇଛି। ସୋରଠାରେ ଜେଇଙ୍କ ଏହି ଭଡ଼ା ଘର ରହିଛି। ତେବେ କିଏ ସିଲ୍ କଲା, ଏଯାବତ ସ୍ପଷ୍ଟ ହୋଇପାରିନି। କିଛି ଦିନ ହେଲା ସିଗ୍‌ନାଲ ଜେଇ ଅନୁପସ୍ଥିତ ଥିବା ବେଳେ ଜିଆରପି ପୁଲିସ ଘରକୁ ଜଗି ବସିଛି। ଦୁର୍ଘଟଣା ପରେ ଜେଇ ଏବଂ ତାଙ୍କ ପରିବାର ଅନୁପସ୍ଥିତ ଥିବା ସୂଚନା ମିଳିଛି।

ସୂଚନା ଥାଉକି, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୨ଶହ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣାର ତଦନ୍ତ ସିବିଆଇ ଓ ରେଲୱେ ସୁରକ୍ଷା ବୋର୍ଡ କରୁଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣାରେ କିଏ ଦୋଷୀ ତାହା ସ୍ପଷ୍ଟ କରାଯାଇନି। ବାହାନାଗା ରେଳଷ୍ଟେଶନ ନିକଟରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଘଟଣାକୁ ୧୮ଦିନ ପୂରିଛି॥

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking