31.1 C
Bhubaneswar
Sunday, June 22, 2025
Homeଦେଶ ବିଦେଶରାବଣର ଲଙ୍କାକୁ ଯିବା ପାଇଁ ଲାଗିଥିଲା ଲିଫ୍ଟ, ବିଶ୍ୱାସ ନହେଲେ ବ ସତ

ରାବଣର ଲଙ୍କାକୁ ଯିବା ପାଇଁ ଲାଗିଥିଲା ଲିଫ୍ଟ, ବିଶ୍ୱାସ ନହେଲେ ବ ସତ

ନୂଆଦିଲ୍ଲୀ: ଆପଣ ମାନେ ସୁନାର ଲଙ୍କା ବିଷୟରେ ମଧ୍ୟ ନିଶ୍ଚୟ ଶୁଣିଥିବେ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ଏବେ ରାବଣର ସୁବର୍ଣ୍ଣ ଲଙ୍କା କେଉଁଠାରେ ଏବଂ କିପରି ଅଛି ? ସିଗିରିୟା ପାହାଡ ଶୀର୍ଷରେ ଏକ ପୁରୁଣା ମହଲର ଅବଶେଷ ରହିଛି । ଯାହା ଦୁର୍ଗ, ବଗିଚା, ପୋଖରୀ, କେନାଲରେ ଘେରି ହୋଇରହିଛି ।
ରାବଣ ନିଜ ଖରାପ କାର୍ୟ୍ୟ, ଅହଂକାର ଏବଂ ଜ୍ଞାନ ଯୋଗୁ ପୁରାଣ କାଳରୁ ଖୁବ ପରିଚିତ । ଆପଣ ମାନେ ସୁନାର ଲଙ୍କା ବିଷୟରେ ମଧ୍ୟ ନିଶ୍ଚୟ ଶୁଣିଥିବେ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ଏବେ ରାବଣର ସୁବର୍ଣ୍ଣ ଲଙ୍କା କେଉଁଠାରେ ଏବଂ କିପରି ଅଛି? ଆସନ୍ତୁ ଜାଣିବା ସୁନାର ଲଙ୍କା ବିଷୟରେ କୁହାଯାଏ ଯେ, ବର୍ତ୍ତମାନର ଶ୍ରୀଲଙ୍କାର ସିଗିରିୟା ନାମକ ଏକ ଅଞ୍ଚଳରେ ଦଶନନାଙ୍କ ରାଜ ମହଲ ଲଙ୍କା ରହିଛି । ଏହା ଏକ ନିଆରା ସ୍ଥାନରେ ଅବସ୍ଥିତ । ରାବଣର ସାମ୍ରାଜ୍ୟ ମଧ୍ୟ ଶ୍ରୀଲଙ୍କା, ବଦୁଲ୍ଲା, ଅନୁରାଧାପୁରା, କେଣ୍ଡି , ପୋଲୋନୁରୱା ଏବଂ ନୁରୱା ଏଲିୟା ପର୍ୟ୍ୟନ୍ତ ବିସ୍ତାର ହୋଇଥିବାର ବିଶ୍ୱାସ କରାଯାଏ । କୁହାଯାଏ ଯେ, ଏହି ମହଲ କୁବେରଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।
ସିଗିରିୟା ପାହାଡ ଶୀର୍ଷରେ ଏକ ପୁରୁଣା ମହଲର ଅବଶେଷ ରହିଛି । ଯାହା ଦୁର୍ଗ, ବଗିଚା, ପୋଖରୀ, କେନାଲରେ ଘେରି ହୋଇରହିଛି । ଶୁଣାଯାଏ ରାବଣ ଏଠାରେ କିଛି ଦିନ ପାଇଁ ମାତା ସୀତାଙ୍କୁ ରଖିଥିଲା । ଏହି ମହଲ ଏତେ ଉଚ୍ଚତାରେ ଥାଇ ମଧ୍ୟ ଏଠାରେ ପାଣିର ବିଶେଷ ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ରାଣୀମାନଙ୍କ ପାଇଁ ଏଠାରେ ବଗିଚା ମଧ୍ୟ ରହିଥିଲା ।
ଏହି ମହଲକୁ ଯିବା ପାଇଁ ପ୍ରାୟ ୧୦୦୦ ସିଡ଼ି ଥିଲା । ସେଥିପାଇଁ ରାବଣ ଓ ତାଙ୍କ ବନ୍ଧୁ ପରିଜନଙ୍କ ପାଇଁ ଏଠାରେ ଲିଫ୍ଟ ଲଗାଯାଇଥିଲା । ସ୍ଥାନୀୟ ମିଡିଆ ଅନୁସାରେ, ରାଗେଲା ଜଙ୍ଗଲର ପ୍ରାୟ ୮ ହଜାର ଫୁଟ ଉପରେ ରାବଣର ଶବ ରଖାଯାଇଛି । ଲୋକଙ୍କ କହିବା ଅନୁଯାୟୀ ରାବଣର ଶବକୁ ମମି ରୂପରେ ରଖାଯାଇଛି । ଶବ ଉପରେ ଏକ ନିଆରା ଲେପ ଲଗାଯାଇଛି, ଯାହା ଦ୍ୱାରା ଶବ କେବେ ଖରାପ ହେବ ନାହିଁ । କିନ୍ତୁ ଏ ପର୍ୟ୍ୟନ୍ତ ଏହାର କୌଣସି ପ୍ରମାଣ ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking