31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶ'ବଣ୍ଟି ଔର ବବଲି ୨'ର ଟ୍ରେଲର ରିଲିଜ

‘ବଣ୍ଟି ଔର ବବଲି ୨’ର ଟ୍ରେଲର ରିଲିଜ

ମୁମ୍ବାଇ : ଦର୍ଶକ ଦୀର୍ଘ ଦିନ ଧରି ଫିଲ୍ମ ‘ବଣ୍ଟି ଔର ବବଲି ୨’କୁ ଅପେକ୍ଷା କରିଥିଲେ। ଏହି ଚଳଚ୍ଚିତ୍ରଟି 2005 ଚଳଚ୍ଚିତ୍ର ‘ବଣ୍ଟି ଔର ବବଲି’ର ଏକ ସିକ୍ୱେଲ ଅଟେ । ସେତେବେଳେ ଫିଲ୍ମଟି ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା । ଯାହା ପରେ ରାନୀ ମୁଖାର୍ଜୀ ଏବଂ ସୈଫ ଅଲି ଖାନଙ୍କ କେମେଷ୍ଟ୍ରି ପୁଣି ଥରେ ଦେଖିବାକୁ ମିଳିବ। ପ୍ରଶଂସକମାନେ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି । ୟଶ ରାଜ ଫିଲ୍ମସ ଆଜି ‘ବଣ୍ଟି ଔର ବବଲି ୨’ର ଟ୍ରେଲର ରିଲିଜ କରିଛି। ୩ ମିନିଟ୍ ୧୧ ସେକେଣ୍ଡର ଏହି ଟ୍ରେଲରକୁ ଦେଖିଲେ ଫିଲ୍ମର କାହାଣୀ ବିଷୟରେ ଜାଣିପାରିବେ । ଏହି ଫିଲ୍ମଟି ୨୦୦୫ ମସିହାରେ ରିଲିଜ୍ ହୋଇଥିବା ଅଭିଶେକ ବଚ୍ଚନ ଏବଂ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ବଣ୍ଟି ଔର ବବଲୀ’ ର ସିକ୍ୱଲ । ଏଥରକ ‘ବଣ୍ଟି ଔର ବବଲୀ ୨’ ରେ ଅଭିଶେକଙ୍କ ସ୍ଥାନରେ ସୈଫ ଅଲ୍ଲୀ ଖାଁଙ୍କୁ ଦେଖିବାକୁ ମିଳିଛି । ଫିଲ୍ମର ଟ୍ରେଲରରେ ସୈଫଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳୁଛି ।

ୟଶ ରାଜ ବ୍ୟାନରେ ନିର୍ମାଣ ହୋଇଥିବା ‘ବଣ୍ଟି ଔର ବବଲୀ ୨’ ରେ ଦୁଇଟି ଯୋଡିକୁ ଦେଖିବାକୁ ମିଳୁଛି । ଗୋଟେ ଯୋଡି ସୈଫ ଏବଂ ରାଣୀ ହୋଇଥିବା ବେଳେ ଅନ୍ୟ ଯୋଡିଟି ହେଉଛନ୍ତି ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଶରବରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking