ନୂଆଦିଲ୍ଲୀ: ଦିଲ୍ଲୀ ମେହରୁଲି ଶ୍ରଦ୍ଧା ଓ୍ବାଲକର ଜଘନ୍ୟ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ ହେବ । ଦିଲ୍ଲୀ ପୋଲିସ ୩ହାଜର ପୃଷ୍ଠାର ଚାର୍ଜସିଟ୍ ତିଆରି କରିଥିବା ଜଣାପଡ଼ିଛି । ୧୦୦ରୁ ଅଧିକ ସାକ୍ଷୀ, ଫରେନ୍ସିକ୍ ରିପୋର୍ଟ ଓ ବୈଷୟିକ ସାମଗ୍ରୀ ଜବତ କରି ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି । ଖୁବ୍ ଶୀଘ୍ର ଦିଲ୍ଲୀ ପୋଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ନେଇ ଜଣାପଡ଼ିଛି ।ଛତରପୁର ଜଙ୍ଗଲରୁ ମିଳିଥିବା ମୃତ ଶରୀରର ଅବଶିଷ୍ଟାଂଶ ଶ୍ରଦ୍ଧା ଓ୍ବାଲକରଙ୍କ ବୋଲି ଊଘଇ ରିପୋର୍ଟରୁ ପ୍ରମାଣିତ ହୋଇଛି । ହତ୍ୟା ମାମଲାରେ ସମସ୍ତ ସାମଗ୍ରୀ ଚାର୍ଜସିଟ ରିପୋର୍ଟରେ ରହିଥିବା ଜଣାପଡ଼ିଛି । ଏହାଛଡ଼ା ଅଭିଯୁକ୍ତ ଅଫତାବ୍ ପୁନାଓ୍ବାଲାର ସମସ୍ତ ବାୟନ ଏବଂ ନାର୍କୋ ଟେଷ୍ଟକୁ ମଧ୍ୟ ଏଥିରେ ସାମିଲ ହୋଇଛି ।
ପ୍ରଥମେ ପ୍ରେମ ସମ୍ପର୍କ ଓ ପରେ ଶ୍ରଦ୍ଧା ଓ ଅଫତାବ ଲିଭି-ଇନରେ ରହିଥିଲେ । ଶ୍ରଦ୍ଧା ଓ୍ବାଲକାର ବିବାହ ,କରିବାକୁ ଚାପ ପକାଇବାରୁ ୧୮ ମେ’ରେ ପ୍ରେମିକାକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପରେ ମୃତଦେହକୁ ୩୫ ଖଣ୍ଡ କରି ଛତରପୁର ଜଙ୍ଗଲରେ ପକାଇଥିଲା । ଗତ ଅକ୍ଟୋବର ମାସରେ ଝିଅର କୌଣସି ସନ୍ଧାନ ନମିଳିବାରୁ ଶ୍ରଦ୍ଧାଙ୍କ ବାପାଙ୍କ ଥାନାରେ ଆଭିଯୋଗ କରିବା ସହିତ ଅଫତାବ ସମ୍ପର୍କରେ ସୂଚନା ଦେଇଥିଲେ । ପରେ ମେଦହରୁଲ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ନଭେମ୍ବର ୧୨ ତାରିଖରେ ଅଭିଯୁକ୍ତ ଅଫତାବକୁ ପୋଲିସ ଗିରଫ କରିଥିଲା । ତେବେ ଖୁବ୍ ଶୀଘ୍ର ୩ହଜାର ପୃଷ୍ଠାର ଚାର୍ଜ ସିଟ୍ କୋର୍ଟରେ ଦାଖଲ ହେବ