17.1 C
Bhubaneswar
Monday, November 25, 2024
Homeଓଡିଶାଶିଶୁ ଉତ୍ପିଡନ ବା’ ଅପମାନ, ଭବିଷ୍ୟତର ଉତ୍ପିଡନ ଓ ଅପମାନ : ସଂଯୁକ୍ତା ମହାପାତ୍ର

ଶିଶୁ ଉତ୍ପିଡନ ବା’ ଅପମାନ, ଭବିଷ୍ୟତର ଉତ୍ପିଡନ ଓ ଅପମାନ : ସଂଯୁକ୍ତା ମହାପାତ୍ର

କଥାରେ ଅଛି ଶିଶୁ ହସିଲେ ଦୁନିଆଁ ହସିବ । ଆଜିର ଶିଶୁ କାଲିର ରାଷ୍ଟ୍ରନିର୍ମାତା । ଶିଶୁ ସୁରକ୍ଷିତ ହେଲେ ରାଷ୍ଟ୍ର ସୁରକ୍ଷିତ ହେବ । ବିଶ୍ୱର ଭାଗ୍ୟ ବଦଳିଯିବ । ଶିଶୁର ଚପଳ ମନ ଅନେକ ସ୍ୱପ୍ନ ଦେଖେ । ଏ ସମସ୍ତ ସ୍ୱପ୍ନକୁ ବଂଚାଇ ରଖିବା ସରକାର , ଅଭିଭାବକ, ଚିନ୍ତାନାୟକ, ବୁଦ୍ଧିଜିବୀମାନଙ୍କର କର୍ତ୍ତବ୍ୟ । କିନ୍ତୁ ଅନେକ କାରଣରୁ ଶିଶୁର ସ୍ୱପ୍ନ ସତ୍ୟ ହେବାପୂର୍ବରୁ ତା ଆଖିରୁ ହଜିଯାଏ । ଏହିଭଳି ଏକ ଘଟଣା ପୃଥିବାର ବଡ ବଡ ଚିନ୍ତାନାୟକ, ବୁଦ୍ଧିଜିବୀ ମାନଙ୍କର ମନକୁ ଦୋହଲାଇ ଦେଇଥିଲା ।୧୯୮୨ ମସିହା ଅଗଷ୍ଟ ୧୯ ତାରିଖ ପାଲେଷ୍ଟାଇନ ଓ ଲେବାନନ୍‌ରେ ନିରିହ ଶିଶୁ ମାନଙ୍କ ଉପରେ ଇସରାଏଲ କରିଥିବା ଆକ୍ରମଣ ହେତୁ ସାରା ବିଶ୍ୱ ଉଦବିଘ୍ନ ହୋଇଥିଲା । ଏହାର ସ୍ମାରକୀ ନିମନ୍ତେ ଜାତିସଂଘର ସାଧାରଣ ସଭାରେ ନିରିହ ପିଲାଙ୍କ ନିପ୍ପୀଡନ ବିରୋଧୀ ଏକ ପ୍ରସ୍ତାବ ସଂଖ୍ୟା ୫୧/୭୭ ଅନୁମୋଦନ ଲାଭ କରିଥିଲା । ଏହି ପ୍ରସ୍ତାବ ଅନୁସାରେ ପ୍ରତିବର୍ଷ ଜୁନ ୪ ତାରୀଖକୁ ଆନ୍ତଃଜାତୀୟ ନିରିହ ପିଲାମାନଙ୍କପ୍ରତି କରାଯାଉଥିବା ଖରାପ ବ୍ୟବହାରର ପ୍ରତିରୋଧ ଦିବସ ଭାବେ ପାଳନ କରାଯିବାକୁ ସ୍ଥିର କରାଯାଇଥିଲା ।
ପିଙ୍କି ବିରାନୀଙ୍କ ରଚିତ ପୁସ୍ତକ ‘ ବିଟର ଚକୋଲେଟ’ରେ ବର୍ଣ୍ଣନା କରାଯାଇଛି ଶତକଡା ୫୦% ଝିଅ ଓ ୩୦% ପୁଅ ବିଭିନ୍ନ ସମୟରେ ଯେକୈାଣସି ପ୍ରକାରେ ଅପମାନର ଶିକାର ହୋଇଥାନ୍ତି । ଶିଶୁଙ୍କୁ ଅପମାନ କରିବା ଅପମାନ କରିବା ଏକ ଅପରାଧ ହୋଇଥିଲେ ମଧ୍ୟ ସେମାନଙ୍କୁ ନ୍ୟାୟ ଠିକ ଭାବେ ମିଳିପାରେ ନାହିଁ । କାରଣ ବାଡ କ୍ଷେତ ଖାଇବା ନ୍ୟାୟରେ ଏହି ଘଟଣା ସହିତ ଶିଶୁମାନଙ୍କର ଆତ୍ମିୟ ସ୍ୱଜନ ଲିପ୍ତ ରହିଥାନ୍ତି । ପିଙ୍କିଙ୍କ ମତରେ ଶତକଡା ୫୦%ଭାଗ ବିଚାରକ ‘କୁହନ୍ତି ଶିଶୁ ମାନଙ୍କ ଉପରେ ହେଉଥିବା ଉତତ୍ପିଡନ ଏକ ଅସାଧାରଣ ଘଟଣା ।’ ଏହା କେବଳ ଅପାଠୁଆ ଓ ନିରକ୍ଷର ପରିବାର ମଧ୍ୟରେ ଦେଖାଯାଏ । କିନ୍ତୁ ଦେଖିବାକୁ ଗଲେ ଶିଶୁଙ୍କ ପ୍ରତି ହେଉଥିବା ଦୁଃର୍ବ୍ୟବହାର ଦୁଇ ପ୍ରକାରରେ ଦେଖାଯାଏ । ପ୍ରଥମେ ଶିଶୁମାନଙ୍କ ପ୍ରତି ଖରାପ ବ୍ୟବହାର ଓ ଦ୍ୱିତୀୟରେ ଶିଶୁ ମାନଙ୍କ ପ୍ରତି ହେଉଥିବା ଅବହେଳା ।
ପିତାମାତାହୀନ ଅରକ୍ଷିତ ଓ ଦରିଦ୍ର ପରିବାରର ପିଲାମାନେ ଶାରୀରିକ, ମାନସିକ ଉତ୍ପିଡନର ଶିକାର ହେଉଥିବା ବେଳେ, ଯେଉଁ ପରିବାର ମାନସିକ ଚାପରେ ଓ ନିୟମିତ ସାମାଜିକ ସମସ୍ୟା ମଧ୍ୟରେ ରହିଥାନ୍ତି , ଯଥା – ଦାରିଦ୍ରତା, ପାରିବାରିକ ହିଂସା, ବାସହୀନ ସମସ୍ୟା ଆଦି , ସେମାନଙ୍କ ଶିଶୁ ଅବହେଳାର ଶିକାର ହୋଇଥାନ୍ତି । କର୍ମଜିବୀ ପିତାମାତାଙ୍କ ଶିଶୁ ମଧ୍ୟ ଅବହେଳା ଓ ଶୋଷଣର ଶିକାର ହୁଅନ୍ତି । ଫଳରେ ନିରିହ ଶିଶୁର ଶୈଶବ ବ୍ୟର୍ଥ ଓ ନିରାଶ ହୋଇଥାଏ ।
ଶିଶୁର ଶୈଶବ ଶୋଷଣର ଶିକର ହେବା କାରଣରୁ ଉପୁଜୁଥିବା ମୁଖ୍ୟ ସମସ୍ୟାମାନ ହେଲା:- ଶିଶୁ ଶାରୀରିକ ଯୈାନ ଶୋଷଣ,ମାନସିକ ନିର୍ଯ୍ୟାତନା , ଯୋଗାଯୋଗ ନିୟନ୍ତ୍ରଣ ଯନ୍ତ୍ର ଦ୍ୱାରା ଧମକର ଶିକାର ,କମ୍ପୁଟର ସଂଯୋଜିତ ଖେଳ, ଅପମାନ,ଆବେଗପୂର୍ଣ୍ଣ କଥା, ଅପହରଣ,ଯୈାନଶୋଷଣ, ଯୋର ଜବରଦସ୍ତ ବିବାହ, ଭିକ୍ଷା ବୃତ୍ତି କରାଇବା, ଶିଶୁ ଶ୍ରମିକ ଆଦି ଭାବେ ଶିଶୁ ମାନଙ୍କୁ ଶୋଷଣ । ପିତୃମାତୃହୀନ ଅନାଥ ଶିଶୁ ମାନଙ୍କୁ ରଖା ଯାଉଥିବା ଗୃହ ମାନଙ୍କୁ ଠିକ ଭାବେ ରକ୍ଷଣାବେକ୍ଷଣ କରାଯାଏ ନାହିଁ । ଫଳରେ ଶିଶୁ ଅବହେଳିତ ହେବା ସହିତ, ତା’ ସୁରକ୍ଷାର ପ୍ରଶ୍ନ ଉଠିଥାଏ ।
ଶିଶୁମାନେ ଅଣସଂଗଠିତ ହୋଇଥିବାରୁ ଉପରୋକ୍ତ ସମସ୍ୟା ମାନଙ୍କ ସମ୍ପର୍କରେ ଉପଯୁକ୍ତ ଭାବେ ସ୍ୱର ଉଠାଇପାରନ୍ତିନାହିଁ । ଏଣୁ ଏସବୁ ସମ୍ପର୍କରେ ଜନଚେତନା ଜାଗ୍ରତ ହୋଇପାରେନାହିଁ । ସମସ୍ୟା ସାଧାରଣ ଜଣାପଡୁଥିଲେ ମଧ୍ୟ ସାଧାରଣ ନୁହେଁ । କାରଣ କୋମଳମତି ଶିଶୁର ଅପୂରଣୀୟ କ୍ଷତି ଘଟେ । ଏଣୁ ନେଡିଗୁଡ କହୁଣିକୁ ବହିଯିବା ପୂର୍ବରୁଏହି ସମସ୍ୟାର ସମାଧାନ ନିମନ୍ତେ ପୂର୍ବ ସତର୍କତା ଅବଲମ୍ବନ କରାଯିବା ଉଚିତ । ଯେପରି ଶିଶୁମାନେ ଶୋଷଣ ବା ଅବହେଳାର ଶିକାର ନହୁଅନ୍ତି । ଯଦି କୈାଣସି କ୍ଷେତ୍ରରେ ଶିଶୁ ଶାରୀରିକ, ମାନସିକ ଅଘାତ ବା ଅପମାନ କାହାଦ୍ୱାରା ପାଇଥାଏ, ତେବେ ତାହା ନଲୁଚାଇ ପ୍ରକାଶ କରିବାଦେବା ଉଚିତ ।ଫଳରେ ଦୋଷି ଦଣ୍ଡପାଇବା ସହିତ ଅନ୍ୟମାନେ ମଧ୍ୟ ଶିଶୁମାନଙ୍କ ପ୍ରତି ଅପରାଧ କରିବାକୁ ଭୟ କରିବେ । ଶିଶୁ ଅପରାଧ ଘଟାଉଥିବା ବ୍ୟକ୍ତିକୁ କଠୋର ଦଣ୍ଡ ଦିଆଯିବା ସହିତ ଜନସଚେତନତା ସୃଷ୍ଟି ହେଲେ ଯାଇ ଅପରାଧ ବନ୍ଦ ହୋଇପାରିବ ।
ଏକ ଅଧ୍ୟୟନରୁ ଜଣାଯାଏ ୨୦୧୫ରୁ ୨୦୧୭ ମସିହା ମଧ୍ୟରେ ୧୫୭୫ଜଣ ଶିଶୁ , ଶିଶୁ ସୁରକ୍ଷା ଗୃହରେ ଥାଇ ମଧ୍ୟ ଉତ୍ପିଡନର ଶିକାର ହୋଇଥିଲେ । ନୋବେଲ ପୁରସ୍କାର ବିଜେତା କୈଲାଶ ସତ୍ୟାର୍ଥୀ କୁହନ୍ତି ୨୦୧୬ ମସିହାରେ ୯୦୦୦ ଶିଶୁ ଅପହରଣର ଶିକାର ହୋଇଥିଲେ । ଏହି ସଂଖ୍ୟା ୨୦୧୫-୧୬ ମସିହା ଅପେକ୍ଷା ଶତକଡା ୩୦% ଭାଗ ଅଧିକ ଥିଲା । ଭାରତ ସରକାରଙ୍କ ଗୃହ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ପ୍ରତିବର୍ଷ ଏକ ଲକ୍ଷ ଶିଶୁ ନିଖୋଜ ହେଉଛନ୍ତି ।ଜାତୀୟ ଅପରାଧ ବ୍ୟୁରୋ ର ତଥ୍ୟ ଅନୁସାରେ ୨୦୧୩ରୁ ୨୦୧୫ ମସିହା ଭିତରେ ୧୫୦୦ ଶିଶୁ ଶୋଷଣର ଶିକାର ହୋଇଥିବାର ତଥ୍ୟ ଥାନାରେ ପଂଜିକରଣ କରାଯାଇଛି । ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅନୁସାରେ ପ୍ରତି ୧୮୫ଜଣ ଶିଶୁଗୃହ ମଧ୍ୟରୁ କେବଳ ୧୯ ଗୋଟି ଶିଶୁଗୃହକୁ ଠିକ ଭାବେ ରକ୍ଷଣାବେକ୍ଷଣ କରାଯାଉଅଛି ।ୟୁନିସେଫ ପ୍ରଦତ୍ତ ଶିଶୁ ସୁରକ୍ଷାର ସଂଜ୍ଞା ହେଲା ‘ ଶିଶୁ ମାନଙ୍କ ପ୍ରତି ହେଉଥିବା ହିଂସା, ଶୋଷଣ ଓ ଅପମାନରୁ ସେମାନଙ୍କୁ ସୁରକ୍ଷାଦେବା ଓ ଏଥିନିମନ୍ତେ ପ୍ରତିକ୍ରିୟା ପ୍ରକଶା କରିବା ।
୨୦୧୫ ମସିହା ଠାରୁ, ବ୍‌ର୍ତ୍ତମାନର ପରିସ୍ଥିତି ଅପେକ୍ଷା ୨୦୩୦ ମସିହା ମଧ୍ୟରେ ନିର୍ଦ୍ଧାରିତ ପ୍ରଗତି (ଝଙ୍କଗ୍ଦଗ୍ଧବସଦ୍ଭବଭକ୍ଷର ୟରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଶକ୍ଟବକ୍ଷ) ହାସଲ କରାଯିବା ଲକ୍ଷ୍ୟ ମଧ୍ୟରୁ ନଂ. ୮ ଅନୁସାରେ ଶିଶୁ ଶ୍ରମିକ ଉଛେଦ ଓ ବାଧ୍ୟକରି ଶିଶୁଙ୍କୁ ଶୋଷଣକରିବାକୁ ବିରୋଧ କରାଯାଏ । ନଂ. ୧୬ ଅନୁସାରେ ଶିଶୁମାନଙ୍କ ବରୁଦ୍ଧରେ ସମସ୍ତ ଅପମାନ , ଅପହରଣ ଓ ହିଂସାର ଶେଷ ହେବା ଆବଶ୍ୟକ । ଆମ ସମ୍ବିଧାନର ୨୧(କ) ଧାରା ଅନୁସାରେ ସରକାରଙ୍କ ଜାତୀୟ ଶିକ୍ଷା ନୀତି ୨୦୧୦ ମସିହା ଠାରୁ ସମସ୍ତ ୬ ବର୍ଷରୁ ୧୪ ବର୍ଷଯାଏ ଶିଶୁଙ୍କୁ ମାଗଣା ବାଧ୍ୟତା ମୂଳକ ଶିକ୍ଷାଦେବାର ବ୍ୟବସ୍ଥା କରାଯାଇଛି ।ସମ୍ବଧାନର ୪ର୍ଥ ଅଧ୍ୟାୟରେ ବର୍ଣ୍ଣିତ ରାଜ୍ୟ ଶାସନର ନୀତି ନିର୍ଦ୍ଦେଶ ଅନୁସାରେ ୨୧(କ)୍ ଧାରାକୁ, ସେ ସମୟର ମାନ୍ୟବର ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଚ୍ଚପେୟୀ ମୌଳିକ ଅଧିକାର ର ଅନ୍ତଃଭୁକ୍ତ କରିଥିଲେ ।ଫଳରେ ଶିକ୍ଷା ଗ୍ରହଣ କରିବା ସମସ୍ତ ଶିଶୁଙ୍କର ମୋଅଳିକ ଅଧିକାର । ଏହା ପୂର୍ବରୁ ୧ରୁ -୬ ବର୍ଷର ଶିଶୁଙ୍କ ଯତ୍ନ ପିତାମାତା ନେଉଥିଲେ । ବାଳ ଅପରାଧ ଆଇନ ୧୮ବର୍ଷ ଯାଏ କାର୍ଯ୍ୟକାରୀ ହୋଇଥାଏ । ଏହି ବୟସ ମଧ୍ୟରେ ଅପରାଧ କରୁଥିବା ବାଳ ଅପରାଧୀକୁ ବାଳସୁଧାର ଗୃହକୁ ସୁଧାରିବା ନିମନ୍ତେ ପଠାଯାଏ । ୨୦୧୫ ମସିହା ନିର୍ଭୟା ଘଟଣା ପରଠାରୁ ବାଳଅପରାଧୀ ମାନଙ୍କ କ୍ଷେତ୍ରରେ ଅପରାଧ ସୁଧାରିବା ନିମନ୍ତେ ଅନେକ ନୂ୍‌ନ ସଂସ୍କାର ଅଣାଯାଇଥିଲା ।
ବାଳ ଅପରାଧ ବନ୍ଦକରିବା ନିମନ୍ତେ ୨୦୧୮ ମସିହାରେ ଆମ ଦେଶର ମୁଖ୍ୟ ବିଚାରାଳୟର ବିଚାରପତି ଶ୍ରୀବାସ୍ତବ ,ଭାରତୀୟ ସଂଘୀୟ ବ୍ୟବସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ଯେ ବାଳ ଅପରାଧକୁ ପୋଷ୍କୋ ନିୟମ ଅନୁଯାୟୀ ସ୍ୱତନ୍ତ୍ର ନ୍ୟାୟାଳୟ ଦ୍ୱାରା ବିଚାର କରିନିମନ୍ତେ । ବରୁଆ କେସରୁ ଉଚ୍ଚତମ ନ୍ୟାୟାଳୟ ଅନୁସନ୍ଧାନ କରି ଜାଣିଥିଲେ ଯେ ପରିବାର ମଧ୍ୟରେ ଶିଶୁଙ୍କ ଉପରେ ହେଉଥିବା ଶାରୀରିକ, ମାନସିକ ଓ ଯୌାନଗତ ଶୋଷଣ ବାହାରକୁ ଜଣାପଡେନାହିଁ । କିନ୍ତୁ ଶିଶୁର ଅବୋଧ ,କୋମଳ ଶରୀର ଓ ମନ ଉପରେ ଚାପ ପକାଇଥାଏ । ଶିଶୁ ସଂକ୍ରାନ୍ତିୟ ଅପରାଧର ବିଚାର କୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଚ୍ଚତମ ନ୍ୟାୟାଳୟ ସରକାର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ,ସି.ପି.ସି.ଆର,. ଏ,ସି.ପି.ସି.ଆର,. ଜେ.ଜେ.ଭି ଭଳି ସଂସ୍ଥାଗୁଡିକର ସମସ୍ତ ପଦବୀ କେବେ ଖାଲି ନରହି , ତୁରନ୍ତ ପୂରଣ ହେବା ଉଚିତ । ‘ବଚପନ ବଚାଓ’ ଆନ୍ଦୋଳନ/ ଭାରତ ସରକାର ଅନୁସାରେ ଉଚ୍ଚତମ ନ୍ୟାୟାଳୟ ର ନିର୍ଦ୍ଦେଶ ହେଲା ସମସ୍ତ ବାଳ ଅପରାଧ ସଂକ୍ରାନ୍ତିୟ ସଂଶେନ୍ଦ କୁ ପଂଜିକରଣ କରିବା ବାଧ୍ୟତାମୂଳକ ।
ଶିଶୁ ମାନଙ୍କ ସୁରକ୍ଷା ନିମନ୍ତେ ଅନେକ ଆଇନ ଥିବା ସତ୍ୱେ ସମସ୍ୟାର ସଫଳ ରୂପାୟନ ହୋଇନପାରିବାର କାରଣ ପ୍ରଥମେ ସମସ୍ତେ ଶିଶୁଙ୍କ ଆଗରେ, ଅନ୍ୟମାନେ ନିଜକୁ ବଡ ମନେ କରି ଶିଶୁକୁ ଅଣଦେଖା କରିଥାନ୍ତି । ଫଳରେ ଶିଶୁ ହୀନମନ୍ୟତାର ଶିକାର ହୋଇଥାଏ । ଦ୍ୱିତୀୟରେ ଏ ସମ୍ପର୍କରେ ଅନେକ ଗୁଡାଏ ଆଇନ ଥିବାରୁ ଯଥା ସମୟରେ ଭ୍ରମାତ୍ମକ ପରିସ୍ଥିତି ସୃଷ୍ଟିହୁଏ ।ତୃତୀୟରେ ଘଟଣାର ଅନୁସଂନ୍ଧାନ ଆବଶ୍ୟକ ଦକ୍ଷତା ଅନୁସାରେ କରାଯାଇପାରେ ନାହିଁ । ଚତୁର୍ଥରେ ଯାନ୍ତ୍ରୀକ (ମଚ୍ଚଭରକ୍ସ) ଧମକ , ଖେଳ,ଟିକଟକ ବ୍ୟବହାର ଯୋଗୁ ପିଲାମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପଂଚମରେ ଶିଶୁର ମାନସିକ, ବୌଦ୍ଧିକ, ନୈତିକ ଅଭିବୃଦ୍ଧି ଉପରେ କୈାଣସି ଗୁରୁତ୍ୱ ନଦେବା ଏକ ବଡ ସମସ୍ୟା ହୋଇଥାଏ । ଷଷ୍ଠରେ ଅନାଥ ଶିଶୁ ମାନଙ୍କ ନିମନ୍ତେ ଥଇଥାନ ବ୍ୟବସ୍ଥା ବ୍ୟାପକ ଭାବେ ନଥିବାରୁ ସମସ୍ୟା ଦେଖାଯାଉଛି । ସପ୍ତମରେ ଜେ.ଏସ ବର୍ମା କମିଟି ଅନୁସାରେ ଶିଶୁର ମାନସିକ,ଶାରୀରିକ, ସାମାଜିକ,ନୈତିକ ପୁର୍ଣ୍ଣଗଠନ ନିମନ୍ତେ ନ୍ୟାୟାଳୟର ଉଚିତ ମନୋଭାବ ରହିବା ଆବଶ୍ୟକ ହୋଇଥାଏ । ଏହାବ୍ୟତୀତ ରାଜ୍ୟ ଓ ସ୍ୱଚ୍ଛାସ୍ୱେବା ସଂଗଠନ ଶିଶୁମାନଙ୍କର ସମସ୍ୟାକୁ ସମାଜର ମୁଖ୍ୟ ସମସ୍ୟା ସହିତ ସଂଯୋଜିତ କରାଇପାରିଲେ ଏହାର ଗୁରୁତ୍ୱ ସମସ୍ତେ ଅନୁଭବ କରିପାରିବେ ଓ ସୁନ୍ଦର ଭବିଷ୍ୟତ ସହିତ ସମୃଦ୍ଧ ଭାରତ ଗଠନ ସଫଳ ହେବ ଓ ଶିଶୁତାର ଶୈଶବରେ ଦେଖିଥିବା ସ୍ୱପ୍ନକୁ ବିକଶିତ କରିପାରିବ ଓ ନୂତନ ବିଶ୍ୱ ଗଠନ ନିମନ୍ତେ ନିଜକୁ ପ୍ରସ୍ତୁତ କରିପାରିବ ।
ଯାଜପୁର ରୋଡ
ମୋ ୯୬୫୮୪୮୨୦୧୪

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking