40.1 C
Bhubaneswar
Thursday, April 25, 2024
Homeଓଡିଶାବଳଦେବଜୀଉ ମନ୍ଦିରରେ ୧୪୪ ଧାରା

ବଳଦେବଜୀଉ ମନ୍ଦିରରେ ୧୪୪ ଧାରା

କେନ୍ଦ୍ରାପଡ଼ା : ଆସନ୍ତା କାଲି ସ୍ନାନ ପୂଣ୍ଣିମା । କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିରରେ ସ୍ନାନ ପୂଣ୍ଣିମା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରାପଡ଼ାରେ କରୋନା ସ୍ରଂକମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଇଚ୍ଛାପୁର ସ୍ଥିତ ବଳଦେବଜୀଉ ମନ୍ଦିରରେ ଆସନ୍ତା କାଲି ପାଇଁ ୧୪୪ ଧାରା ଜାରି କରାଯାଇଛି । ତେଣୁ ବଳଦେବଜୀଉ ମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ୧୪୪ ଧାରା ଲଗାଯାଇଛି । ବଳଦେବଜୀଉ ମନ୍ଦିରରେ ଆଜି ରାତି ୧୨ଟାରୁ ସ୍ନାନ ନୀତି ଆରମ୍ଭ କରାଯିବ । ନୀତିକାନ୍ତି ସରିବା ପର୍ଯ୍ୟନ୍ତ ୧୪୪ ଧାରା ଲାଗି ରହିବ ବୋଲି ସୂଚନା ମିଳିଛି । ସ୍ନାନ ଯାତ୍ର ସମୟରେ ମନ୍ଦିରକୁ କେବଳ ଅନୁମତି ପ୍ରାପ୍ତ ସେବକ ପ୍ରବେଶ କରିପାରିବେ । ଏହି ସମୟରେ ସାଧାରଣ ଲୋକଙ୍କ ଅନୁମତି ଉପରେ କଟକଣା ରଖାଯାଇଛି । ଜନସମାଗମ ରୋକିବାକୁ ଏପରି ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ରାପଡ଼ା ଉପଜିଲ୍ଲ୍‌ାପାଳ କହିଛନ୍ତି ।
କରୋନା ମହାମାରୀକୁ ଆଖିରେ ରଖି ରାଜ୍ୟସରକାରଙ୍କ ଦ୍ୱାରା ବିଭିନ୍ନ ନିୟମାବଳୀ କରାଯାଇଛି । ନିୟମ ଅନୁଯାୟୀ ପୁରୀରେ ମଧ୍ୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନ ଯାତ୍ରା ବିନା ଭକ୍ତରେ କରାଯିବ । ସମସ୍ତ ଭକ୍ତ ଟିଭି ମାଧ୍ୟମରେ ପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏଥିପାଇଁ ପୁରୀ ବଡ଼ଦାଣ୍ଡରେ ବ୍ୟାପକ ପ୍ରସ୍ତୁତି କରାଯିବା ସହ ପୁରୀର ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ସେପଟେ କରୋନା ସଂକ୍ରମଣ ପାଇଁ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଭକ୍ତ ମାନଙ୍କ ଦର୍ଶନ ଉଦ୍ଦେଶ୍ୟରେ ଜୁନ ୩୦ ପର୍ଯ୍ୟନ୍ତ ନ ଖୋଲିବାକୁ ରାଜ୍ୟସରକାରଙ୍କ ତରଫରୁ ମନା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking