33.1 C
Bhubaneswar
Saturday, October 5, 2024
Homeଅପରାଧକୌଣସି ମନ୍ତ୍ରୀଙ୍କୁ ଗୁଳିମାଡ ଘଟଣା ଓଡିଶାରେ ପ୍ରଥମ; ନରସିଂହ ମିଶ୍ର

କୌଣସି ମନ୍ତ୍ରୀଙ୍କୁ ଗୁଳିମାଡ ଘଟଣା ଓଡିଶାରେ ପ୍ରଥମ; ନରସିଂହ ମିଶ୍ର

ଝାରସୁଗୁଡା: ଓଡିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଉପରକୁ ଗୁଳି ଚଳାଇଛନ୍ତି ଜଣେ ପୋଲିସ କର୍ମଚାରୀ । ତେବେ କୌଣସି ଜଣେ ମନ୍ତ୍ରୀଙ୍କୁ ଗୁଳିମାଡ ଘଟଣାରେ ଏହା ହେଉଛି ଓଡିଶାର ପ୍ରଥମ ଘଟଣା । ଯେଉଁ ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବରିଷ୍ଠ ବିଧାୟକ ନରସିଂହ ମିଶ୍ର । କେବଳ ସେତିକି ନୁହେଁ, ଏହି ଆକ୍ରମଣ କରିଥିବା ବ୍ୟକ୍ତି ହେଉଛନ୍ତି ଆଇନର ଜଣେ ରକ୍ଷକ । ଜଣେ ପୋଲିସ ଏଏସଆଇ ଗୋପାଳ ସାହୁ ନିଜ ସରକାରୀ ବନ୍ଧୁକରେ ହିଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଗୁଳିଚାଳନା କରିଛନ୍ତି । ଏପରି ଏକ ଘୃଣ୍ୟ କାମକୁ ଘୋର ନିନ୍ଦା କରିଛନ୍ତି କଂଗ୍ରେସ ବିଧାୟକ । ଏହାସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ମଧ୍ୟ ଖୁବ ବର୍ଷିଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ଯେତେବେ ନିଜ ଦଳର ପ୍ରମୁଖ ନେତାମାନଙ୍କୁ ସୁରକ୍ଷା ଦେଇ ପାରୁନାହାନ୍ତି, ସେ ରାଜ୍ୟବାସୀଙ୍କୁ କିପରି ସୁରକ୍ଷା ଦେବେ ବୋଲି ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking