32.1 C
Bhubaneswar
Sunday, May 19, 2024
Homebuisnessଏଠାରେ ମାଗଣାରେ ମିଳେ ଜୋତା, କମ୍ବଳ ଆହୁରି ଅନେକ କିଛି; ଦୁନିଆର ନିଆରା ସପିଂ ମଲ୍‌

ଏଠାରେ ମାଗଣାରେ ମିଳେ ଜୋତା, କମ୍ବଳ ଆହୁରି ଅନେକ କିଛି; ଦୁନିଆର ନିଆରା ସପିଂ ମଲ୍‌

ଲକ୍ଷ୍ନୌ: ଆପଣ ଭାବନ୍ତୁ ତ ଆପଣ ସିପିଂ ମଲକୁ ଯାଇଥିବେ ସେଠାରେ ଆପଣଙ୍କୁ ମାଗଣାରେ ଜୋତା, କମ୍ବଳ ଓ ସ୍ୱେଟର ମିଳିଯିବ । ଏହା ସ୍ୱପ୍ନ ଭଳି ଲାଗୁଥିଲେ ବି ସତ । ଏହା ପୁଣି ଅନ୍ୟ କେଉଁଠି ନୁହେଁ ପଡୋଶୀ ରାଜ୍ୟ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ରହିଛି ଏଭଳି ମଲ । ଏହି ମଲକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ଏହି ମଲକୁ କୌଣସି ବି ଗରିବ ଲୋକ ଯାଇ ମାଗଣାରେ ଶିତବସ୍ତ୍ର ସହ ଅନେକ କିଛି ଆଣିପାରିବ । ଶୁଭ ଚିନ୍ତକଙ୍କ ଦ୍ୱାରା ଦାନ କରାଯାଇଥିବା ଏହି ସବୁ ସାମଗ୍ରୀ ରିକ୍ସା ଚାଳକ, ଶ୍ରମିକ, ଝୁମ୍ପୁଡି ବସ୍ତିରେ ରହୁଥିବା ଲୋକ ଓ ସମାଜର ଅନ୍ୟ ବଞ୍ଚିତ ଲୋକଙ୍କ ପାଇଁ ଏସବୁ ମଲ ଭିତରେ ମାଗଣାରେ ମିଳୁଛି ।

ଏହି ନିଆରା ମଲଟି ବର୍ଷରେ ୩ମାସ ପାଇଁ ଖୋଲାଯାଇଥାଏ । ଡିସେମ୍ବରରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଏହି ମଲ ଖୋଲିଥାଏ । ଏଠାରେ ଦାନରେ ମିଳିଥିବା କପଡା ଓ ଜୋତାକୁ ଏକାଠି କରି ରଖାଯାଇଥାଏ । କୌଣସି ବି ଗରିବ ଲୋକ ଏଠାକୁ ଆସି ନିଜର ଆବଶ୍ୟକତା ମୁତାବକ ଏହାକୁ ମାଗଣାରେ ନେଇ ପାରିବ । ଏହି ମଲ ଦୀର୍ଘ ୫ ବର୍ଷ ହେବ ଏଭଳି ଭାବେ ଚାଲିଛି । ଏହି ମଲକୁ ପରିଚାଳନା କରୁଥିବା ଡା. ଅହମଦ ରାଜା ଖାନ କହିଛନ୍ତି କି, ଅନେକ ସ୍ଥାନରେ ଦେଖିବାକୁ ମିଳେ କି ବଦାନ୍ୟ ବ୍ୟକ୍ତିମାନେ ଗରିବମାନଙ୍କୁ କିଛି ମାଗଣାରେ ଦେଲେ ସେମାନେ ତାହାକୁ ସହଜରେ ଗ୍ରହଣ କରିନଥାନ୍ତି । ହେଲେ ମଲ ମାଧ୍ୟମରେ ଏହାକୁ ବଣ୍ଟନ କରାଯାଉଥିବାରୁ ଏଠାକୁ ଗରିବ ଲୋକମାନେ ବିନା ସଂକୋଚରେ ଆସି ସେମାନଙ୍କର ଆବଶ୍ୟକ ଥିବା ସାମଗ୍ରୀ ନେଇଯାଇଥାନ୍ତି ।

ଅହମଦଙ୍କ କହିବା ମୁତାବକ ଏହି ମଲକୁ ଦାନ କରୁଥିବା ବଦାନ୍ୟ ବ୍ୟକ୍ତି ଓ ଏଠାରୁ ମାଗଣାରେ ନେଉଥିବା ଗରିବ ଲୋକ ଉଭୟଙ୍କର ରେକର୍ଡ ରଖାଯାଇଥାଏ । ଏହାର କାରଣ ଭାବେ ସେ କହିଛନ୍ତି କି କିଛିବର୍ଷ ତଳେ ଦେଖିବାକୁ ମିଳିଲା କି ଏଠାରୁ ମାଗଣାରେ କପଡା ନେଇ କିଛି ଲୋକ ବଜାରରେ ତାହାକୁ ବିକ୍ରି କରୁଛନ୍ତି । ମହମଦ କହିଛନ୍ତି କି ଏହି ମଲରେ ମାଗଣାରେ କପଡା, ଜୋତା, ସୁଟକେସ, ସ୍କୁଲ ୟୁନିଫର୍ମ, କମ୍ବଳ ଓ ରେଜଇ ଆଜି ଦାନ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking