24.1 C
Bhubaneswar
Saturday, October 26, 2024
Homeଦେଶ ବିଦେଶହେମନ୍ତଙ୍କୁ ଝଟକା; ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ କୋର୍ଟ

ହେମନ୍ତଙ୍କୁ ଝଟକା; ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ: ଆର୍ôଥକ ହେରଫେର ମାମଲାରେ କେନ୍ଦ୍ରୀୟ ସଂସ୍ଥ ଇଡି କାର୍ଯ୍ୟାନୁଷ୍ଠାନରୁ ଆଶ୍ୱସ୍ତି ପାଇଁ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ଼ ଝଟକା ଲାଗିଛି । ହେମନ୍ତଙ୍କ ପିଟିସନର ଶୁଣାଣି କରିବା ପାଇଁ ସର୍ବୋଚ୍ଚ କୋର୍ଟ ଆଜି ମନା କରିଦେଇଛନ୍ତି । ତେବେ ଏହି ଆବେଦନ ସହ ରାଜ୍ୟ ହାଇକୋର୍ଟରେ ଦ୍ୱାରସ୍ଥ ହେବା ପାଇଁ ହେମନ୍ତଙ୍କୁ ସର୍ବୋଚ୍ଚ କୋର୍ଟ ପରାମର୍ଶ ଦେଇଛନ୍ତି । ୨୪ ତାରିଖର ହାଜର ହେବା ପାଇଁ ହେମନ୍ତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ନୂଆ ସମନ ଜାରି କରିଥିଲା । ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ ହେମନ୍ତ । ଆଜି ଏହି ମାମଲାର ଶୁଣାଣି କରିଥିଲେ ସର୍ବୋଚ୍ଚ କୋର୍ଟ । ହେମନ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରହତୋଗୀ ମାମଲା ପରିଚାଳନା କରିଥିଲେ ।

କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରି ହେମନ୍ତଙ୍କ ବିରୋଧରେ ମିଥ୍ୟା ଓ ଉଦ୍ଦେଶ୍ୟମୂଳକ ମାମଲା ରୁଜୁ କରାଯାଇଛି । ଝାଡ଼ଖଣ୍ଡରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ରାଜନୈତିକ ଭାବେ ଟାର୍ଗେଟ କରାଯାଉଛି । ଏହି ମାମଲାକୁ ଖାରଜ କରିବା ପାଇଁ ଆଇନଜୀବୀ ରହତୋଗୀ କୋର୍ଟରେ ଯୁକ୍ତି ବାଢିଥିଲେ । ତେବେ ସର୍ବୋଚ୍ଚ କୋର୍ଟ ଏହି ଆବେଦନର ଶୁଣାଣି କରିବା ପାଇଁ ମନା କରିବା ସହ ତଳକୋର୍ଟରେ ଦ୍ୱାରସ୍ଥ ହେବା ପାଇଁ ହେମନ୍ତଙ୍କୁ କହିଛନ୍ତି । ଏହା ପୂର୍ବରୁ ହେମନ୍ତଙ୍କୁ ଲ୍ୟାଣ୍ଡ୍ ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଗଷ୍ଟ ମଧ୍ୟଭାଗରେ ମଧ୍ୟ ସମନ ଜାରି କରିଥିଲା । ତେବେ ସେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଦର୍ଶାଇ ହାଜର ହୋଇନଥିଲେ । ପରେ ତାଙ୍କୁ ଅଗଷ୍ଟ ୨୪ ଓ ସେପ୍େଟମ୍ବର ୯ ତାରିଖରେ ମଧ୍ୟ ହାଜର ହେବା ପାଇଁ ସାନି ନୋଟିସ କରାଯାଇଥିଲା । ହେଲେ ସେ ସେଥର ମଧ୍ୟ ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହୋଇନଥିଲେ । ତେବେ ହେମନ୍ତ ଏହି ସମନକୁ ଅବୈଧ ଦର୍ଶାଇବା ସହ ତଦନ୍ତକାରୀ ସଂସ୍ଥାକୁ ନ୍ୟାୟିକ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking