କଟକ : ପୁଅକୁ ହତ୍ୟା ପରେ ମାଆର ଆତ୍ମହତ୍ୟା ଘଟଣାରେ ନୂଆ ଟ୍ୱିଷ୍ଟ । ମୃତ ଶିଳ୍ପୀଙ୍କ ପରିବାର ଲୋକଙ୍କ ପକ୍ଷରୁ ସାଙ୍ଘାତିକ ଅଭିଯୋଗ । ଶାଶୁଙ୍କ ନିର୍ୟାତନା ପାଇଁ ୩ ମାସ ପୂର୍ବରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଶିଳ୍ପୀ । ଏମିତିକି ଆତ୍ମହତ୍ୟା ପୂର୍ବଦିନ ଅର୍ଥାତ ଜାନୁଆରୀ ୧୫ରେ ଶିଳ୍ପୀଙ୍କୁ ଧମକ ଦେଇଥିଲେ ଶାଶୁ । ପୁଅକୁ ଶିଳ୍ପୀଙ୍କ ଠାରୁ ନେଇ ଯିବା ପାଇଁ ଫୋନ କଲରେ ଦେଇଥିଲେ ଧମକ । ସୋମବାର ସକାଳୁ ପୁଅକୁ ଶିଳ୍ପୀଙ୍କ ଠାରୁ ନେଇଯିବା ପାଇଁ ଶାଶୁ ଦେଇଥିଲେ ଧମକ । ସେଥିପାଇଁ ଶିଳ୍ପୀ ଏଭଳି କାଣ୍ଡ ଭିଆଇ ଥିବା ବାପଘର ଲୋକଙ୍କ ଅଭିଯୋଗ । ଅନ୍ୟପଟେ କଟକ ଶ୍ରୀରାମ ନଗରରେ ବନ୍ଦ ଘରୁ ସାବତ ମା ଓ ଶିଶୁ ପୁତ୍ରର ମୃତ ଦେହ ମିଳିବା ଘଟଣାରେ ମୃତ ଶିଳ୍ପୀଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରିଛି ପୋଲିସ । ଶିଳ୍ପୀଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ନିର୍ୟାତନା ଓ ହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ।