33.1 C
Bhubaneswar
Tuesday, May 21, 2024
Homeଓଡିଶାପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ପାରଳାଖେମୁଣ୍ଡି:  ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲାଇଲାଇ ପଞ୍ଚାୟତ ସାନଲୋବା ଅନ୍ତର୍ଗତ କାର୍ଯୀସାହି ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନେଉଥିବା ଭଳି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣାରୁ ପ୍ରକାଶ ଯେ, ଜଣେ ମହିଳାଙ୍କୁ ଖଟିଆରେ  ବୋହି ନେଉଥିବାର ଏକ ଭିଡିଓ ଭାଇରାଲ ପରେ ସମସ୍ତ ଘଟଣା ସାମନାକୁ ଆସିଛି । ଗତ ୨୯ ତାରିଖ ଦିନ କାର୍ଯୀସାହି ଗ୍ରାମ ବାସିନ୍ଦା ଗୋବିନ୍ଦ ଶବରଙ୍କ ସ୍ତ୍ରୀ ଉର୍ମିଳା ଶବରଙ୍କ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା ।

ପରିବାରବର୍ଗ ଏବଂ ଗ୍ରାମବାସୀ ୧୦୮ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ କାର୍ଯୀ ସାହିକୁ ରାସ୍ତା ନଥିବାରୁ ଆମ୍ବଲାନ୍ସ ଆସି ନପାରି ତଲାଉଲ୍ ଗ୍ରାମ ନିକଟସ୍ଥ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ଆସି ଅପେକ୍ଷା କରିଥିଲା । କାର୍ଯୀସାହି ଗ୍ରାମରୁ ପ୍ରାୟ ୩୦ଜଣରୁ ଊର୍ଦ୍ଧ୍ୱ ଲୋକେ ଓ ପରିବାରବର୍ଗ ଏକତ୍ର ହୋଇ ଖଟିଆରେ ୨.୫କିମି ଆମ୍ବୁଲାନ୍ସ ନିକଟକୁ ବୋହିନେଇଥିଲେ ।

ସେଠାରୁ ପ୍ରଥମେ ୧୦୮ଆମ୍ବୁଲାନ୍ସ ଯୋଗେ ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତେବେ ଅବସ୍ଥା ଗୁରୁତର ହୋଇଥିବାରୁ ମହିଳାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ପରାମର୍ଶ ଦେଇ ରୋଗୀଙ୍କୁ ସମସ୍ତ ଔଷଧପତ୍ର ଯୋଗାଇ ନିଜଗ୍ରାମକୁ ଫେରିଯିବା ପାଇଁ କହିଥିଲେ । ପରେ ତାଙ୍କ ସମ୍ପର୍କୀୟମାନେ ଯେପରି ଆସିଥିଲେ ସେହି ମାଧ୍ୟମରେ ନେବା ପ୍ରଣାଳୀ ପ୍ରୟୋଗକରି ଥିଲେ । ବର୍ତ୍ତମାନ ମହିଳା ଜଣକ ନିଜ ଘରେ ସୁସ୍ଥ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking