27.1 C
Bhubaneswar
Monday, June 9, 2025
Homeଦେଶ ବିଦେଶକଂଗ୍ରେସରେ ସାମିଲ ହେଲେ ଶର୍ମିଲା

କଂଗ୍ରେସରେ ସାମିଲ ହେଲେ ଶର୍ମିଲା

ନୂଆଦିଲ୍ଲୀ: ୱାଇଏସଆର ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷ ୱାଇଏସ ଶର୍ମିଲା କଂଗ୍ରେସରେ ସାମିଲ ହୋଇଛନ୍ତି। ଗୁରୁବାର କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସେ ଦଳରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ବୁଧବାର ରାତିରେ ଦିଲ୍ଲୀରେ ପହଞ୍ଚିଥିଲେ ଓ ଗୁରୁବାର ସକାଳେ ସେ ଏଆଇସିସି ମୁଖ୍ୟାଳୟରେ ପହଞ୍ଚିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking