ନୂଆଦିଲ୍ଲୀ: ଆର୍ôଥକ ସଙ୍କଟ ଆଶଙ୍କାରେ ବିଶ୍ୱର ଅନେକ ବଡ଼ ବଡ଼ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଛି । ଏହା ସହ ଭାରତରେ ମଧ୍ୟ ଘରୋଇ କମ୍ପାନୀଗୁଡ଼ିକ ଛଟେଇ ପ୍ରକ୍ରିୟା ଜାରି ରଖିଛି । ଏହି କ୍ରମରେ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀ ସେୟାରଚାଟ ସାମିଲ ହୋଇଛି । କମ୍ପାନୀ ୧୦୦ ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି । ସେୟାରଚାଟର ମୋହାଲା ଟେକ୍ ପ୍ରାଇଭେଟ ଲିମିଟେଡ୍ର ଜିତ୍-୧୧ ନାମକ ଫାଣ୍ଟାସି ସ୍ପୋର୍ଟସ ପ୍ଲାଟଫର୍ମକୁ କମ୍ପାନୀ ବନ୍ଦ କରିଛି । ଏଥିପାଇଁ ୫ ପ୍ରତିଶତ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିଛି ।
ଏନେଇ ଶୁକ୍ରବାର କମ୍ପାନୀ ସ୍ପଷ୍ଟ କରିଛି । ସେୟାରଚାଟରେ ପ୍ରାୟ ୨ ହଜାର ୨୦୦ କର୍ମଚାରୀ କାମ କରୁଛନ୍ତି । ଏବଂ ଏହି ଛଟେଇ ଫଳରେ ୧୦୦ ରୁ ଅଧିକ କର୍ମଚାରୀ ପ୍ରଭାବିତ ହୋଇଛନ୍ତି । ମୋହାଲା ଟେକ ଏକ ବିବୃତ୍ତିରେ କହିଛି, ‘ଏକ ମାନକ ବ୍ୟବସାୟ ଅଭ୍ୟାସ (ଷ୍ଟାଣ୍ଡାର୍ଡ ବିଜନେସ ପ୍ରାକ୍ଟିସ) ଭାବେ ସମୟ ସମୟରେ ରଣନୀତି ମୂଲ୍ୟାଙ୍କନ କରାଯାଇଥାଏ । ଆମେ ସ୍ପଷ୍ଟ କରୁଛୁ ଯେ ଜିତ୍-୧୧ ନାମକ ଫାଣ୍ଟାସି ସ୍ପୋର୍ଟସ ପ୍ଲାଟଫର୍ମକୁ ବନ୍ଦ କରୁଛୁ । ଏଥିପାଇଁ ୫ ପ୍ରତିଶତରୁ କମ୍ କର୍ମଚାରୀଙ୍କୁ ପ୍ରଭାବିତ କରିଛୁ’ । ସୂଚନା ଥାଉକି, ସେୟାରଚାଟକୁ ୨୦୧୫ ରେ ପ୍ରତିଷ୍ଠା କରିଥିଲେ ଫରିଦ ଅହସନ,ଅଙ୍କୁଶ ସଚଦେୱା ଓ ଭାନୁ ପ୍ରତାପ ସିଂହ । ଲୋକପ୍ରିୟ ଫାଣ୍ଟାସି ଗେମିଂ ଫ୍ଲାଟଫର୍ମ ଡ୍ରିମ-୧୧ ସହ ମୁକାବିଲା କରିବା ପାଇଁ ଫେବୃଆରୀ ୨୦୨୦ରେ ଜିତ୍-୧୧ ଲଞ୍ଚ କରିଥିଲା କମ୍ପାନୀ । ଯେଉଁଥିରେ ୟୁଜର୍ସ କ୍ରିକେଟ ଓ ଫୁଟବଲ ମ୍ୟାଚ ଉପରେ ବ୍ୟାଟିଂ କରୁଥିଲେ ।