28.1 C
Bhubaneswar
Sunday, September 8, 2024
Homeଅପରାଧଲଜ୍ଜା ! ଅଧ ଏକର ଜମି ପାଇଁ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ଚଲାଇଲେ....

ଲଜ୍ଜା ! ଅଧ ଏକର ଜମି ପାଇଁ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ଚଲାଇଲେ….

ବାଙ୍ଗାଲୋର: କର୍ଣ୍ଣାଟକରେ ଲଜ୍ଜାଜନକ ଘଟଣା । ଜମି ଖଣ୍ଡକ ପାଇଁ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ଚଲାଇଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଝିଅ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଧ ଏକର ଜମି ପାଇଁ ମହିଳାଙ୍କୁ ରାସ୍ତାରେ ଉଲଗ୍ନ ଅବସ୍ଥାରେ ଚଲାଇଲା ଅଭିଯୁକ୍ତ । ତା’ଛଡ଼ା ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ବି ମାରିଲା । ଘଟଣାଟି ଜୁଲାଇ ୩୧, ୨୦୨୩ ରେ ଘଟିଛି ।

ଅଭିଯୁକ୍ତର ଚାପ ବଳରେ ପୀଡ଼ିତା ଏନେଇ ଥାନାରେ କୌଣସି ଏତଲା ଦେଇନଥିଲେ । କିନ୍ତୁ ମହିଳାଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କ ଝିଅ ଥାନାରେ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରିଥିଲେ । ସୂଚନାନୁଯାୟୀ ମହିଳାଙ୍କ ନାଁରେ ସରକାର ଏକ ଜମି ଆଲଟ୍ କରିଥିଲେ । କିନ୍ତୁ ତାଙ୍କ ଶତ୍ରୁ ସେ ଜମିକୁ ହାତେଇବା ପାଇଁ ନାନା ଚେଷ୍ଟା ଚଳାଇଥିଲା । ପରେ ମହିଳାଙ୍କ ଘରେ ପଶି ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ । ଘଟଣା ନେଇ ଥାନାରେ ଅଭିଯୋଗ ନ କରିବା ପାଇଁ ଧମକ ବି ଦେଇଥିଲେ । ବର୍ତ୍ତମାନ ପୀଡ଼ିତାଙ୍କ ଝିଅର ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking