25.1 C
Bhubaneswar
Sunday, November 9, 2025
Homeଓଡିଶାଘରୋଇ ହସ୍ପିଟାଲରେ ଯୌନ ନିର୍ଯାତନା!

ଘରୋଇ ହସ୍ପିଟାଲରେ ଯୌନ ନିର୍ଯାତନା!

ଭୁବନେଶ୍ୱର: ଘରୋଇ ହସ୍ପିଟାଲରୁ ଆସିଲା ଯୌନ ନିର୍ଯାତନା ଅଭିଯୋଗ । ରାଜଧାନୀର ମୈତ୍ରି ବିହାର ଅଧୀନରେ ଥିବା  ଏକ ଘରୋଇ ହସ୍ପିଟାଲର  ଲ୍ୟାବ ଟେକ୍ନିସିଆନ ଓ ହସ୍ପିଟାଲ ମ୍ୟାନେଜମେଣ୍ଟ ବିରୁଦ୍ଧରେ ସାଙ୍ଘାତିର ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ପୀଡିତାଙ୍କର କହିବା ମୁତାବକ କିଛି ଦିନ ତଳେ ହସ୍ପିଟାଲରେ ଚାଲିଥିବା  ଅନିୟମିତତା ସଂପର୍କରେ  ମୁହଁ ଖୋଲିବାରୁ ଲ୍ୟାବ ଟେକ୍ନିସିଆନ ଜଣକ ପ୍ରତିକ୍ରିୟାଶୀଳ ହେବ ସହିତ ଦୁବ୍ୟବହାର ଏବଂ  ଅସଦାଚରଣ କରିଥିଲେ ।  ଏହା ସହିତ ତାଙ୍କର କିଛି ଆପତ୍ତିଜନକ  ଭିଡିଓ ସୁଟ କରି ଭାଇରାଲ କରି ଧମକ ଦେଇଥିବା ପୀଡିତା ଅଭିଯୋଗ ବି କରିଛନ୍ତି ।  ଏନେଇ ହସ୍ପିଟାଲର ଏଚଆର  ଡିପାର୍ଟମେଣ୍ଟର ଅଭିଯୋଗ କରିଥିଲେ ପୀଡିତା । ତେବେ ହସ୍ପିଟାଲ  କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗ ଗ୍ରହଣ କରିନଥିବା  ସେ କ୍ଷୋଭର ସହ କହିଛନ୍ତି । ଏଭଳିକି ଲ୍ୟାବ ଆସିଷ୍ଟାଣ୍ଟ  ବିରୁଦ୍ଧରେ  ଅଭିଯୋଗ ଆଣିଥିବାରୁ କିଛିଦିନ ତଳେ ତାଙ୍କୁ ଚାକିରିରୁ ବହିଷ୍କୃତ କରିଛି ମାନେଜମେଣ୍ଟ ବୋଲି ସେ ଅଭିଯୋଗ କରିଛନ୍ତି । ହସ୍ପିଟାଲର ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀଡିତା । ଚନ୍ଦ୍ରଶେଖରପୁର ଥାନାରେ ଏନେଇ ଏତଲା  ଦେବା ପରେ ପୋଲିସ ଆରମ୍ଭ କରିଛି ତଦନ୍ତ । ତେବେ ହସ୍ପିଟାଲର ଇଣ୍ଟରନାଲ କମିଟି ଘଟଣାର ତଦନ୍ତ   କରିଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ  ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking