27.1 C
Bhubaneswar
Sunday, September 8, 2024
Homeଓଡିଶାସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା; ଏନ୍‌ବିଡବ୍ଲ୍ୟୁକୁ କୋର୍ଟଙ୍କ ଅନୁମତି

ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା; ଏନ୍‌ବିଡବ୍ଲ୍ୟୁକୁ କୋର୍ଟଙ୍କ ଅନୁମତି

କଟକ: ବଲିଉଡ୍ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଆଗତ ଯୌନ ଶୋଷଣ ମାମଲାରେ କଟକର ଏସ୍‌ଡିଜେଏମ୍ କୋର୍ଟ  ଜାମିନ ବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ)କୁ ଅନୁମତି ପ୍ରଦାନ କରିଛନ୍ତି । କମିଶନରେଟ୍ ପୁଲିସ୍ ପକ୍ଷରୁ ସୌରିନ୍‌ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବାକୁ କରାଯାଇଥିବା ଆବେଦନକୁ ଶୁକ୍ରବାର କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ପୂର୍ବରୁ ତାଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି କରିବା ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା । ତାଙ୍କୁ ଖୋଜି ନିରାଶ ହେବା ପରେ ପୁଲିସ୍ ଏପରି ପଦକ୍ଷେପ ନେଇଥିଲା ।

ହାଇକୋର୍ଟ ସୌରିନଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ  ତାକୁ ଗିରଫ ପାଇଁ କମିଶନରେଟ୍ ପୁଲିସ ପ୍ରସ୍ତୁତି ଆରମ୍ଭ କରିଥିଲା ।  ଏଥିରେ ବିଫଳ ହେବା ପରେ ତାଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି ପାଇଁ କୋର୍ଟର ଆଶ୍ରୟ ନେଇଥିଲା । ଏଥିପୂର୍ବରୁ ପୁଲିସ୍ ତାର ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟକୁ ଫ୍ରିଜ୍ କରିସାରିଛି । ସୌରିନ ଜଗତପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା, ନିର୍ଯାତନା ଦେବା ଆଦି ଘଟଣାରେ ମହିଳା ଥାନାରେ ଯୁବତୀ ଜଣକ ଗତ ଜୁନ୍ ୧୨ରେ ଏତଲା ଦେଇଥିଲେ । ମହିଳା ପୁଲିସ ସୌରିନ୍‌ଙ୍କୁ ହାଜର ହେବା ପାଇଁ ନୋଟିସ୍ ଦେଇଥିଲେ ବି ସେ ହାଜର ହୋଇନଥିଲେ । ଗିରଫଦାରୀକୁ ଏଡାଇବା ପାଇଁ ସୌରିନ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking