34.1 C
Bhubaneswar
Friday, October 18, 2024
Homeଓଡିଶାସୌରିନ ଭଟ୍ଟଙ୍କ ନାଁରେ ଯୌନ ନିର୍ଯାତନା ମାମଲା; ପୀଡ଼ିତାଙ୍କ ବୟାନ ରେକର୍ଡ କଲା ପୁଲିସ

ସୌରିନ ଭଟ୍ଟଙ୍କ ନାଁରେ ଯୌନ ନିର୍ଯାତନା ମାମଲା; ପୀଡ଼ିତାଙ୍କ ବୟାନ ରେକର୍ଡ କଲା ପୁଲିସ

କଟକ: ବଲିଉଡ୍ ଗାୟକ ସୌରିନ ଭଟ୍ଟଙ୍କ ନାଁରେ କଟକ ମହିଳା ଥାନାରେ ରୁଜୁ ହୋଇଥିବା ମାମଲାରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିଲା ବେଳେ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ୧୬୪ ଧାରାରେ ଆଜି ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ,ଉକ୍ତ ମାମଲାକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରାଯାଇଛି । ପୀଡ଼ିତାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗଗୁଡ଼ିକର ଯାଞ୍ଚ କରାଯାଉଛି ।

ସୌରିନ୍‌ଙ୍କ ବିରୋଧରେ ଅଭିଯୋଗ ଆଧାରରେ ପୁଲିସ ପ୍ରମାଣ ଯୋଗାଡ଼ କରୁଥିବା ବେଳେ ଖୁବ୍ ଶୀଘ୍ର ସୌରିନ ଭଟ୍ଟଙ୍କୁ ଠାବ କରିବା ପାଇଁ ଓଡ଼ିଶା ବାହାରକୁ ପୁଲିସ ଯିବ ବୋଲି ଡିସିପି କହିଛନ୍ତି । ସୂଚନା ଅନୁସାରେ, ଜଣେ ଓଡ଼ିଆ ଗାୟିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ, ପ୍ରତାରଣା କରିବା, ନିର୍ଯାତନା ଦେବା ଆଦି ନେଇ ମହିଳା ମହିଳା ଥାନାରେ ସୋମବାର ଅଭିଯୋଗ ହୋଇଥିଲା ।

ଏତଲାକୁ ଭିତ୍ତି କରି ୩୭୬, ୪୯୩, ୩୪୧, ୨୯୪, ୪୧୭, ୫୦୬ ଦଫାରେ ମାମଲା ନଂ ୭୮/୨୦୨୩ ରୁଜୁ ହୋଇଥିଲା । ପୀଡ଼ିତାଙ୍କର ସୌରିନଙ୍କ ସହ ଭଲ ବନ୍ଧୁତାରୁ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ହୋଇଥିଲା । ପୀଡ଼ିତା ସୌରୀନଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ । ହେଲେ ପରବର୍ତ୍ତି ସମୟରେ ପୀଡ଼ିତା ଜଣକ ଜାଣିଲେ ସୌରୀନ ବିବାହିତ ଓ ତାଙ୍କର ଏକ ପିଲା ମଧ୍ୟ ଅଛି । ସେହିଦିନଠାରୁ ସେ ତାଙ୍କଠାରୁ ଦୂରେଇବାକୁ ଆରମ୍ଭ କରିଥିଲେ ।

ହେଲେ ସୌରିନ ଉଭୟଙ୍କ ମଧ୍ୟରେ ଅନ୍ତରଙ୍ଗ ମୁହର୍ତ୍ତର କିଛି ଫଟୋ, ଭିଡିଓ ନିଜ ପାଖରେ ରଖିଥିଲେ ଯାହାକୁ ନେଇ ସେ ପୀଡ଼ିତାଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ । ଏଥିସହ ପୀଡ଼ିତା ଓ ତାଙ୍କ ମାଆଙ୍କୁ ଧମକ ଦେଇ ଏ ବିଷୟରେ କାହାକୁ କରିଲେ ସମସ୍ତଙ୍କୁ ମାରିଦେବାକୁ ସେ ଧମକ ଦେଇଥିଲା ବେଳେ ବିଭିନ୍ନ ପର୍ଯ୍ୟାୟରେ ସେ ୬ରୁ ୭ ଲକ୍ଷ ଟଙ୍କା ପୀଡ଼ିତାଙ୍କଠାରୁ ନେଇଛନ୍ତି ବୋଲି ଏତଲାରେ ଦର୍ଶାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking