35.2 C
Bhubaneswar
Tuesday, April 21, 2026
Homeଓଡିଶାନିର୍ଯାତନା ସହି ନପାରି ସପ୍ତମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ନିର୍ଯାତନା ସହି ନପାରି ସପ୍ତମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

କଟକ: ବଡମ୍ବା ନରସିଂହପୁର ନୁଖାପଡା ପତଣ୍ଡା ଶଙ୍କର୍ଷଣ ହାଇସ୍କୁଲରେ ଅଭାବନୀୟ ଘଟଣା।  ସିସିଟିଭି ଭାଙ୍ଗି ଦେବାରୁ ନିର୍ଯାତନା ସହି ନପାରି ସପ୍ତମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା। ବିଷ ପିଇ ଜୀବନ ହାରିଲେ ନୀଳକଣ୍ଠପୁର ଗାଁର ବବୁଲ ଦାସ ଙ୍କର ୧୩ ବର୍ଷୀୟ ପୁଅ ଦେବାଶିଷ ଦାସ। ପୁଅ ଦେବାଶିଷ ଓ ସାଙ୍ଗ ପିଲାଙ୍କ ସହ ମିଶି ସପ୍ତମ ଶ୍ରେଣୀରେ ଲାଗିଥିବା ସିସିଟିଭି ଟିକୁ ଭାଙ୍ଗି ଦେଇ ନିକଟସ୍ଥ ଏକ ପୋଖରୀରେ ପକାଇ ଦେଇଥିଲେ। ଯାହାକୁ ନେଇ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ, ସ୍କୁଲ କମିଟି  ଦେବାଶିଷ ଙ୍କର ମାଆ ଅନାଗତ ଦାସ ଙ୍କୁ ସ୍କୁଲକୁ ଡାକିଥିଲେ। ବୈଠକରେ ମାଆ ପୁଅ ଦେବାଶିଷକୁ ଗାଳି ଗୁଳଜ କରିଥିଲେ। ପରେ ଘରକୁ ଆସି ଜୀବନ ହାରି ଦେଇଛନ୍ତି ଛାତ୍ର। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking