36.1 C
Bhubaneswar
Saturday, May 18, 2024
Homeଓଡିଶାଜନ୍ମ କଲା ମାଆର ଅନ୍ତିମ ସତ୍କାର ପାଇଁ ଆସିଲା ନାହିଁ ଚାକିରିଆ ପୁଅ

ଜନ୍ମ କଲା ମାଆର ଅନ୍ତିମ ସତ୍କାର ପାଇଁ ଆସିଲା ନାହିଁ ଚାକିରିଆ ପୁଅ

ବରଗଡ : ହାଏରେ ମଣିଷ, ଏତେ କଣ ସ୍ୱାର୍ଥପର ହୋଇପାରେ। ନିଜ ସ୍ୱାର୍ଥ ପାଇଁ କଣ କିଏ ଜନ୍ମକଲା ବାପା ମାଆଙ୍କ ହୋଇପାରେ। ଦୁନିଆରେ ଭଲପାଇବା ଯଦି କିଏ ବିନା ମୂଲ୍ୟରେ ବିନା ସ୍ୱାର୍ଥରେ ଦେଇଥାଏ ତାହେଲେ ସେ ହେଉଛନ୍ତି ବାପା ମାଆ। ବାପା ମାଆଙ୍କୁ ଛାଡିଦେଲେ ବାକି ସବୁ କିଛିକୁ ପାଇବାକୁ ହେଲେ ଆମକୁ ମୂଲ୍ୟ ଦେବାକୁ ପଡିଥାଏ। କିନ୍ତୁ ଏ ମଣିଷକୁ ବୁଝେଇବ ବା କିଏ? ନିଜ ସ୍ତ୍ରୀ ପିଲାଛୁଆଙ୍କୁ ନେଇ ନିଜ ଦୁନିଆରେ ବ୍ୟସ୍ତ ରହିଲେ ଆଉ ନିଜ ବାପାମାଆଙ୍କୁ ଭୁଲି ଯାଉଛନ୍ତି ଆଜିର ପୁଅ। ଆଜି ଆମେ ଏମିତି ଗୋଟେ ଖବର ନେଇ ଆସିଛୁ ଯାହାକୁ ଶୁଣିଲା ପରେ ଆପଣଙ୍କ ମନ ବି ବ୍ୟଥିତ ହୋଇପଡିବ।

ଆଖିରୁ ସେହି ବୃଦ୍ଧ ମାଆଙ୍କ ପାଇଁ ଆଖିରୁ ଝରିଆସିବ ଲୁହ। ଦୁଇ ପୁଅକୁ ଜନ୍ମଦେଇଥିଲା ମାଆ। ଛୋଟରୁ ବଡ କରି କେତେ ଅଳି ଅର୍ଦ୍ଦଳି ସହି ପାଠ ସାଠ ପଢ଼ାଇ ବଡ ମଣିଷ କଲା ମାଆ। କିନ୍ତୁ ସେହି ପୁଅ ଆଜି ବ୍ୟାଙ୍କରେ ଚାକିରୀ କରି ବଡ଼ ଲୋକ ପାଳଟି ମାର ମଲା ମୁହଁକୁ ବି ଦେଖିବାକୁ ଆସିଲେନି। ଶେଷ ସମୟରେ ମଧ୍ୟ ପାଖ ମାଡ଼ିଲେ ନାହିଁ ଦୁଇପୁଅ। ନିଜ ଶେଷ ଥର ପାଇଁମଧ୍ୟ ମାଆର ମୁଁହ ଦେଖିବାକୁ ମଧ୍ୟ ଚାହିଁଲେ ନାହିଁ ବଡ ଚାକିରି କରିଥିବା ରୋଜଗାରିଆ ପୁଅ।

ମାର ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଶବ ସତ୍କାର ପାଇଁ ଆସିବାକୁ ମନାକରିଦେଲେ। ଝିଅ ଓ ଜ୍ୱାଇଁଙ୍କ ଘରେ ରହୁଥିବା ବୃଦ୍ଧା ମାଙ୍କ ଶବ ପଡ଼ିରହିଥିବାବେଳେ ଶବ ସତ୍କାର ପାଇଁ ଅସହାୟ ହୋଇପଡ଼ିଥିବା ଝିଅ ଓ ଜ୍ୱାଇଁ ଏକାକୀ ହୋଇଗଲେ। ପୁଅଙ୍କ ବିନା ଏକାକୀ ମାଆଙ୍କ ଶବକୁ କେମିତି ସତ୍କାର କରିବେ ସେହି ଚିନ୍ତାରେ ରହିଲେ ଝିଅ ଜ୍ୱାଇଁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ୧୮ ନମ୍ବର ୱାର୍ଡ଼ ସ୍ଥିତ ଆଶାକିରନ ନିକଟସ୍ଥ ମାତୃବିହାର ଠାରେ। ସୂଚନା ଅନୁଯାୟୀ ୮୨ ବର୍ଷର ବୃଦ୍ଧା ମାୟା ବାନାର୍ଜୀଙ୍କର ଦୁଇ ପୁଅ ଏବଂ ଗୋଟେ ଝିଅ । ବଡ଼ ପୁଅ ଆଲୋକ ବାନାର୍ଜୀ ଏବଂ ସାନ ପୁଅ ମାଧବ ବାନାର୍ଜୀ ଉଭୟେ ଛତିଶଗଡ଼ ରାଜ୍ୟରେ ବ୍ୟାଙ୍କରେ ଚାକିରୀ କରନ୍ତି ।

ତେବେ ଝିଅ ଓ ଜ୍ୱାଇଁଙ୍କ ସଙ୍ଗେ ବୃଦ୍ଧା ଜଣକ ବରଗଡ଼ରେ ରହୁଥିବା ବେଳେ ଗତ କିଛିଦିନ ହେଲା ତାଙ୍କ ଦେହ ଅସୁସ୍ଥ ରହିଥିଲା। ଚିକିତ୍ସିତ ଅବସ୍ଥାରେ ବୃଦ୍ଧା ଜଣଙ୍କର ଆଜି ଭୋର ୫ଟାରେ ମୃତ୍ୟୁ ହୋଇଯାଇଥିବାବେଳେ ପରିବାରରେ ଜ୍ୱାଇଁ ଏସ. ଏଲ ମୁଖାର୍ଜୀ ଓ ଝିଅ କାକୁଳି ମୁଖାର୍ଜୀ ଘରେ ଏକାକୀ ଥିବାରୁ ଶବ ସତ୍କାର ପାଇଁ ଅସହାୟ ହୋଇପଡ଼ିଥିଲେ । ଏହି ବଙ୍ଗାଳି ପରିବାର ବରଗଡ଼କୁ ଦୁଇ ବର୍ଷ ହେଲା ନୂତନ ଭାବେ ଆସି ରହୁଥିବା ବେଳେ ପାଖ ପଡ଼ୋଶୀ ଛଡ଼ା ତାଙ୍କ କେହି ସମ୍ପର୍କୀୟ ମଧ୍ୟ ବରଗଡ଼ରେ ନାହାନ୍ତି।

ପଡ଼ୋଶୀ ସୁବୋଧ କୁମାର ସାହୁ ଏହି ଘଟଣା ବିଷୟରେ ସମାଜସେବୀ ସଙ୍ଗଠନ ସଂକଲ୍ପ ପରିବାରକୁ ଯୋଗାଯୋଗ କରି ଶବ ସତ୍କାର ପାଇଁ ସାହାଯ୍ୟ ମାଗିଥିଲେ । ତେବେ ଉକ୍ତ ପରିବାର ବାସକରୁଥିବା ଆଶା କିରନ ନିକଟସ୍ଥ ମାତୃବିହାର ବାସଭବନକୁ ସଂକଲ୍ପ ପରିବାର ପହଞ୍ଚିଥିଲା ଏବଂ ଶବ ସତ୍କାର ପାଇଁ ଲାଗିପଡିଥଲା । କିନ୍ତୁ ଶବ ସତ୍କାର କରିବାକୁ ବରଗଡ଼ରେ କାଠ ମିଳିନଥିଲା ତେବେ କାଠର ଅଭାବ କାରଣରୁ ପଡ଼ୋଶୀ ସୁବୋଧ କୁମାର ସାହୁ ତାଙ୍କ ଗ୍ରାମ କରଲାଜୁରୀକୁ ଯୋଗାଯୋଗ କରିଥିଲେ ଏବଂ ସେଠାରୁ ଗାଁ ଲୋକେ ଟ୍ରାକ୍ଟର ଦ୍ୱାରା ପିପଳମୁଣ୍ଡା ସ୍ଥିତ କୋଭିଡ଼ ସ୍ୱର୍ଗଦ୍ୱାରକୁ କାଠ ଆଣି ପହଞ୍ଚିଥିଲେ ଏବଂ ସଂକଲ୍ପ ପରିବାରର ସହାୟତାରେ ବୃଦ୍ଧାଙ୍କ ଶବ ସତ୍କାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking