31.1 C
Bhubaneswar
Tuesday, July 2, 2024
Homeଓଡିଶାସେବାୟତ ବିବାଦ: ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ପରେ ଆଗକୁ ବଢ଼ିପାରୁନି ନୀତିକାନ୍ତି

ସେବାୟତ ବିବାଦ: ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ପରେ ଆଗକୁ ବଢ଼ିପାରୁନି ନୀତିକାନ୍ତି

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ । ନିଲମ୍ବିତ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ଦେଖାଦେଇଛି ବିବାଦ । ଅନ୍ୟଜାତିରେ ବିବାହ କରିଥିବାରୁ ମହାପ୍ରଭୁଙ୍କ ସେବା ପୂଜାରୁ ସିଂହାରୀ ସେବାୟତ ସଂଘମିଶ୍ର ସିଂହାରୀଙ୍କୁ ବଞ୍ଚିତ କରାଯାଇଥିଲା । ସେବା ନିବୃତ ସତ୍ତ୍ୱେ ଶ୍ରୀମନ୍ଦିରରେ ସେବା କାର୍ଯ୍ୟରେ ନିୟୋଜିତକୁ ଅନ୍ୟ ସେବାୟତଙ୍କ ବିରୋଧ କରିଛନ୍ତି । ଯାହାକୁ ନେଇ ଏବେ ମହାପ୍ରଭୁଙ୍କ ନୀତିରେ ଦେଖାଦେଇଛି ବିଳମ୍ବ । ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ୱାର ଫିଟା, ଭିତର ଶୋଧ, ମଙ୍ଗଳ ଆଳତି, ରୋଷହୋମ, ମଇଲମ ନୀତି ହୋଇଛି । ଏହା ପରଠାରୁ ନୀତି କାନ୍ତିରେ ଦେଖାଦେଇଛି ବିଭ୍ରାଟ । ମହାପ୍ରଭୁଙ୍କୁ ମହାସ୍ନାନ କରାଗଲା ପରେ ଯାଇ ନୀତି ବଢ଼ିବ ବୋଲି ଜିଦ୍ ଧରିଛନ୍ତି ଅନ୍ୟ ସେବାୟତ। ବିବାଦର ସମାଧାନ କରିବାକୁ ଶ୍ରୀମନ୍ଦିର ଭିତରକୁ ଗଲେ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ୍। ଏନେଇ ନୀତି ପ୍ରଶାସକ ସେବାୟତଙ୍କ ସହ କରିଛନ୍ତି ଆଲୋଚନା । ଶୀଘ୍ର ବିବାଦ ସମାଧାନ କରି ନୀତି ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି । ମଇଲମ ପରେ ଏବେ ବି ବନ୍ଦ ଅଛି ସମସ୍ତ ନୀତିକାନ୍ତି । ସେପଟେ ଶ୍ରୀମନ୍ଦିରରେ ନୀତିକାନ୍ତି ବନ୍ଦ ହେବାକୁ ନେଇ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଲାଣି ଅସନ୍ତୋଷ । ସେବାୟତଙ୍କ ଏପରି କାର୍ଯ୍ୟକୁ ଭକ୍ତମାନେ କଡ଼ା ବିରୋଧ କରିଛନ୍ତି । ମଙ୍ଗଳ ଆଳତୀ ପରେ ମହାପ୍ରଭୁଙ୍କ ନୀତିକାନ୍ତି ହୋଇନଥିବାରୁ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking