29.1 C
Bhubaneswar
Monday, November 18, 2024
Homeଓଡିଶାଫେରିଲେ ବରିଷ୍ଠ ତୀର୍ଥଯାତ୍ରୀ : ଜଣେ ନିଖୋଜ

ଫେରିଲେ ବରିଷ୍ଠ ତୀର୍ଥଯାତ୍ରୀ : ଜଣେ ନିଖୋଜ

ଗଞ୍ଜାମ : ୫ ଦିନର ତୀର୍ଥଯାତ୍ରା ସମ୍ପୂର୍ଣ୍ଣ କରିବା ପରେ ଆଜି ବ୍ରହ୍ମପୁର ଷ୍ଟେସନକୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଫେରିଛନ୍ତି ତୀର୍ଥଯାତ୍ରୀ । କେବଳ ଜଣେ ମାତ୍ର ଯାତ୍ରୀ ଆନ୍ଧ୍ର ପ୍ରଦେଶ ରେଣିଗୁଣ୍ଟାଠାରେ କେଉଁଆଡେ ଚାଲିଯାଇଥିବା କୁହାଯାଉଛି । ତାଙ୍କୁ ଖୋଜିବା ପାଇଁ ଜଣେ ସରକାରୀ ଅଧିକାରୀ ଏବଂ ରେଳ ବିଭାଗର ଆଇଆର୍‌ସିଟିସିର ଜଣେ କର୍ମଚାରୀ ରେଣିଗୁଣ୍ଟାଠାରେ ରହି ଖୋଜାଖୋଜି କରୁଥିବା ଜଣାପଡିଛି ।
ସୂଚନା ଅନୁଯାୟୀ,କୋରାପୁଟ,ନବରଙ୍ଗପୁର,ମାଲକାନଗିରି,ରାୟଗଡା,ଗଞ୍ଜାମ,ଗଜପତି,କନ୍ଧମାଳ,ବୌଦ୍ଧ ଆଦି ଜିଲ୍ଲାର ୯୭୬ ଜଣ ତୀର୍ଥଯାତ୍ରୀ ଗତ ଫେବୃୟାରୀ ୨୮ ତାରିଖରେ ତୀର୍ଥଯାତ୍ରା ଆରମ୍ଭ କରିଥିଲେ । ଏଠାରୁ ସେମାନେ ରାମେଶ୍ୱରମ୍‌, ତିରୁପତି ବାଲାଜୀ,ମଦୁରାଇ ଆଦି ଦର୍ଶନ କରି ଫେରିଛନ୍ତି । ଅନ୍ୟପକ୍ଷରେ ତିରୁପତି ବାଲାଜୀ ଠାକୁରଙ୍କ ଦର୍ଶନ କରି ଫେରୁଥିବା ବେଳେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ ମଣିପୁଟ ଗ୍ରାମବାସିନ୍ଦା ବୁଦ୍ରକାଳିଆ ନାୟକ(୬୫) କୁଆଡେ ନିଖୋଜ ହୋଇଯାଇଥିଲେ । ତାଙ୍କ ସହ ତୀର୍ଥଯାତ୍ରା କରିଥିବା ସାନଭାଇ ବୁଦ୍ର ମଙ୍ଗୁଳୁ ନାୟକ ଏନେଇ ଅଧିକାରୀମାନଙ୍କୁ ସୂୂଚନା ଦେବା ସହ ରେଣିଗୁଣ୍ଟା ପୁଲିସ୍ ଥାନାରେ ଏତଲା ମଧ୍ୟ ଦାୟର କରିଛନ୍ତି । ତେବେ ନିଖୋଜ ବୁଦ୍ର କାଳିଆଙ୍କୁୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଧିକାରୀ ଅମିୟ କୁମାର ସେଠୀ ସୂଚନା ଦେଇଛନ୍ତି । ନିଖୋଜ ବୁଦ୍ର କାଳିଆ ନାୟକଙ୍କ ମାନସିକ ସ୍ଥିତି ଠିକ୍ ରହୁନଥିବାରୁ ଏଭଳି ସେ ବେଳେ ବେଳେ କରନ୍ତି ବୋଲି ତାଙ୍କ ଭାଇ ମଙ୍ଗୁଳୁ ପ୍ରଶାସନକୁ ସୂଚନା ଦେଇଛନ୍ତି । ଆଜି ଷ୍ଟେସନରେ ଟ୍ରେନଟି ପହଞ୍ôଚବା ପରେ ପରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ପୂର୍ବତନ ପର୍ଯ୍ୟଟନ ଅଧିକାରୀ ସନାତନ ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ତୀର୍ଥଯାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ତୁରନ୍ତ ସେମାନଙ୍କୁ ଆଇଆରସିଟିସିର ଜଳଖିଆ ପ୍ୟାକେଟ୍ ଦିଆଯାଇଥିଲା । ୫ ଦିନର ତୀର୍ଥଯାତ୍ରା ବେଳେ ଯାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା କରାଯାଇଥିଲା ବୋଲି ଅଧିକାଂଶ ବରିଷ୍ଠ ପ୍ରକାଶ କରିଛନ୍ତି । ଷ୍ଟେସନରେ ପହଞ୍ଚବାର କିଛି ସମୟ ପରେ ପ୍ରାୟତଃ ସମସ୍ତ ତୀର୍ଥଯାତ୍ରୀଙ୍କ ପାଇଁ ଷ୍ଟେସନ୍ ନିକଟରେ ସରକାରୀ ଗାଡି ଅପେକ୍ଷା କରିଥିଲା । ସେଥିରେ ବସି ନିଜ ନିଜ ଅଞ୍ଚଳକୁ ତୀର୍ଥଯାତ୍ରୀ ଫେରିଥିଲେ । କିନ୍ତୁୁ ନବରଙ୍ଗପୁର, ମାଲକାନଗିରି ଜିଲ୍ଲାର ୧୦୦ରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ କିଛି ସମୟ ପର୍ଯ୍ୟନ୍ତ ଗୁୁରୁକୂଳ ଇଣ୍ଟରନ୍ୟାସନାଲରେ ରହଣୀ ପରେ ବସ୍ ଯୋଗେ ନିଜ ନିଜ ଅଞ୍ଚଳକୁ ଯାତ୍ରା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking