27.1 C
Bhubaneswar
Friday, June 28, 2024
Homeଓଡିଶାଅଢେଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ

ଅଢେଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ

ଯାଜପୁର: ଅପରେଶନ ହ୍ଵାଇଟ ସ୍ପାଇଡର । ଯାଜପୁର ଟାଉନ ଥାନା ପୋଲିସକୁ ବଡ ସଫଳତା । ଯାଜପୁର ପ୍ରଶାସନିକ ଭବନ ନିକଟରୁ ୨୫.୦୨ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ଅଢେଇ ଲକ୍ଷ ହେବ ।

ସୂଚନା ଅନୁସାରେ, ଗତ କିଛି ଦିନ ଧରି ଯାଜପୁରର ଅଞ୍ଚଳରେ ଧଳାଜହର ବେପାର ବଢିବାରେ ଲାଗିଛି । ବେପାରି ମାନଙ୍କୁ ଧରିବାକୁ ଗତ କିଛି ଦିନ ହେବ ଯାଜପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ବିଶେଷ ସୁତ୍ରରୁ ଖବର ପାଇ ଯାଜପୁର ପ୍ରଶାସନିକ ଭବନ ନିକଟରେ ଚଢାଉ କରିଥିଲା ଟାଉନ ଥାନା ପୋଲିସ । ଚଢାଉ ସମୟରେ ୨୫.୦୨ ଗ୍ରାମର ବ୍ରାଉନସୁଗାର ଜବତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୟକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking