30.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଦଶହରା ଦିନ ଏହି ପକ୍ଷୀର ଦର୍ଶନ ହୋଇଥାଏ ବହୁତ ଶୁଭ, ଜାଣନ୍ତୁ କ’ଣ ରହିଛି ପୌରାଣିକ...

ଦଶହରା ଦିନ ଏହି ପକ୍ଷୀର ଦର୍ଶନ ହୋଇଥାଏ ବହୁତ ଶୁଭ, ଜାଣନ୍ତୁ କ’ଣ ରହିଛି ପୌରାଣିକ କାହାଣୀ

ନୂଆଦିଲ୍ଲୀ : ଦଶହରା ସହ ଜଡିତ ବହୁତ କିିଛି ମାନ୍ୟତା ରହିଛି । ଏହା ମଧ୍ୟରେ ଗୋଟିଏ ହେଉଛି ନୀଳକଣ୍ଠ ପକ୍ଷୀର ଦର୍ଶନ କରିବା । ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ ବହୁତ ଶୁଭ ହୋଇଥାଏ । ପ୍ରତି ବର୍ଷ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ଉତ୍ସବ ପାଳନ କରାଯାଏ ।

ଚଳିତ ବର୍ଷ ଦଶହରା ଉତ୍ସବ ୫ ଅକ୍ଟୋବରରେ ପାଳିତ ହେବାକୁ ଯାଉଛି । ଏହି ଦିନ ଭଗବାନ ରାମ ରାବଣର ବଧ କରିଥିଲେ । ସେବେ ଠାରୁ ଦଶହରା ଦିନ ରାବଣ ପୋଡା ହୋଇଥାଏ । ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ ଯଦି କରାଯାଏ ତେବେ ବହୁତ ଶୁଭ ହୋଇଥାଏ ବୋଲି ମାନ୍ୟତା ରହିଛି ।

ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ ବହୁତ ଶୁଭ ହୋଇଥାଏ :

ଶାସ୍ତ୍ର ଅନୁସାରେ ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ ବହୁତ ଶୁଭ ହୋଇଥାଏ । ଯଦି ଦଶହରା ଦିନ କେହି ନୀଳକଣ୍ଠ ପକ୍ଷୀ ଦେଖନ୍ତି, ସେହି ବ୍ୟକ୍ତିଙ୍କ ଘର ଧନଧାନ୍ୟରେ ଭରିଯାଏ । ସେହି ବ୍ୟକ୍ତିଙ୍କ ସବୁ କାର୍ଯ୍ୟ ସଫଳ ହୋଇଥାଏ । ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦେଖିବା ଅର୍ଥ ଏକ ଶୁଭ ଆରମ୍ଭକୁ ମନାଯାଏ । ଏହି ପକ୍ଷୀ ସୌଭାଗ୍ୟର ପ୍ରତୀକ ବୋଲି ଧରାଯାଏ ।

ନୀଳକଣ୍ଠ ଦର୍ଶନର ପୌରାଣିକ ମହତ୍ୱ :

ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ ବହୁତ ଶୁଭ ହେବା ନେଇ ଏକ ପୌରାଣିକ କଥା ଅଛି । ଏହି ପକ୍ଷୀକୁ ଭଗବାନ ଶିବଙ୍କ ପ୍ରତୀକ ବୋଲି ମନାଯାଏ । ପୁରାଣ ଅନୁସାରେ ରାବଣ ବଧ କରିବା ପରେ ଭଗବାନ ରାମଙ୍କ ଉପରେ ବ୍ରାହ୍ମଣ ହତ୍ୟାର ପାପ ଲାଗିଥିଲା ।

ଏହି ପାପରୁ ମୁକ୍ତି ପାଇବା ପାଇ ଁ ପ୍ରଭୁ ରାମ ଭଗବାନ ଶିବଙ୍କୁ ଆରାଧନା କରିଥିଲେ । ରାମଙ୍କୁ ଏହି ପାପରୁ ମୁକ୍ତି ଦେବା ପାଇଁ ଶିବଜୀ ନୀଳକଣ୍ଠ ପକ୍ଷୀ ରୁପରେ ପ୍ରକଟ ହୋଇଥିଲେ । ସେବେ ଠାରୁ ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ ଶୁଭ ମନାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking