38.1 C
Bhubaneswar
Tuesday, April 23, 2024
Homeଓଡିଶାବର୍ଷା ସତ୍ୱେ ରାବଣ ପୋଡି ପାଇଁ ଭୁବନେଶ୍ୱରରେ ବ୍ୟାପକ ଆୟୋଜନ

ବର୍ଷା ସତ୍ୱେ ରାବଣ ପୋଡି ପାଇଁ ଭୁବନେଶ୍ୱରରେ ବ୍ୟାପକ ଆୟୋଜନ

ଭୁବନେଶ୍ୱର : ବର୍ଷା ସତ୍ୱେ ରାବଣ ପୋଡି ପାଇଁ ଭୁବନେଶ୍ୱରରେ ବ୍ୟାପକ ଆୟୋଜନ କରାଯାଇଛି । ଧୁମଧାମରେ ରାବଣ ପୋଡ଼ି କରିବାକୁ ବିଭିନ୍ନ ପୂଜା କମିଟି ସଦସ୍ୟ ପ୍ରସ୍ତୁତି କରିଛନ୍ତି । ଭୁବନେଶ୍ଵରର ୪ ଟି ପ୍ରମୁଖ ପୂଜାମଣ୍ଡପରେ ହେଉଛି ରାବଣ ପୋଡି । କମିଶନରେଟ ପୋଲିସର ଗାଇଡଲାଇନ ମାନି ରାବଣ ପୋଡ଼ି ହେବ । ପ୍ରାୟ ୫୦ ଫୁଟ୍‌ର ରାବଣ ମୂର୍ତ୍ତି ତିଆରି କରିଛି ବୋଲି ଝାରପଡ଼ା ପୂଜା କମିଟି ।

ସେହିଭଳି ବରମୁଣ୍ଡା ପୂଜାମଣ୍ଡପ ମଧ୍ୟ ରାବଣ ପୋଡି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଛି । ବରମୁଣ୍ଡା ପୂଜା କମିଟି ୮୦ ମିଟର ଉଚ୍ଚତାର ରାବଣ ତିଆରି କରିଛି । ଡାକବଙ୍ଗଳା ଛକ ପଣସ କୋଟାର ଏକ ପରିବାର ଦୀର୍ଘ ୩୦ ବର୍ଷ ଧରି ତିଆରି କରି ଆସୁଛନ୍ତି ରାବଣ । ନିଜ ପରିବାର ସହ ମିଶି ମହିଳା ଚିତ୍ରଶିଳ୍ପୀ ଶୋଭା ରାଣୀ ଏହି ରାବଣ ତିଆରି କରନ୍ତି ।

ସୂଚନା ଥାଉକି, ଚଳିତ ବର୍ଷ ରାଜଧାନୀର ଛୋଟ ବଡ଼ ମିଶାଇ ମୋଟ ୧୭୮ ପୂଜା ମଣ୍ଡପରେ ମା’ ଦୁର୍ଗତିନାଶିନୀ ପୂଜା ପାଉଛନ୍ତି। ଏଥିପାଇଁ ପୂରା ସହର ଉତ୍ସବମୁଖର ହୋଇଉଠିଛି। ଭଳିକି ଭଳି ତୋରଣ ସାଙ୍ଗକୁ ଆଖିଝଲସା ଆଲୋକମାଳା ଭକ୍ତଙ୍କୁ ଆକୃଷ୍ଟ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking