22.1 C
Bhubaneswar
Thursday, January 23, 2025
Homeଖେଳଦ୍ୱିତୀୟ ଟେଷ୍ଟ୍‌: ପାକିସ୍ତାନ ଆଗରେ ୫୦୮ ରନ୍‌ର ବିରାଟ ଲକ୍ଷ୍ୟ

ଦ୍ୱିତୀୟ ଟେଷ୍ଟ୍‌: ପାକିସ୍ତାନ ଆଗରେ ୫୦୮ ରନ୍‌ର ବିରାଟ ଲକ୍ଷ୍ୟ

ଗଲ୍‌: ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଆୟୋଜକ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ୍‌ରେ ବିଜୟ ପାଇଁ ଭ୍ରମଣକାରୀ ପାକିସ୍ତାନ ନିକଟରେ ୫୦୮ ରନ୍‌ର ବୃହତ୍ ଲକ୍ଷ୍ୟ ରଖିଛି । ଚତୁର୍ଥ ଦିନ ଖରାପ ଆଲୋକ ଯୋଗୁୁଁ ବନ୍ଦ ରହିଥିଲା । ଷ୍ଟମ୍ପ୍ସ ବେଳକୁ ପାକିସ୍ତାନ ଦ୍ୱିତୀୟ ଇନିଂସ୍‌ରେ ଏକ ୱିକେଟ୍ ବିନିମୟରେ ୮୯ ରନ୍ କରିନେଇ ୪୧୯ ରନ୍ ପଛରେ ରହିଥିଲା । ଓପ୍ନର୍ ଅବ୍‌ଦୁଲ୍ଲାହ ଶଫିକ୍ ୧୬ ରନ୍ କରି ପ୍ରଭାତଙ୍କ ବଲ୍‌ରେ ୱେଲାଲାଗେଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିବା ବେଳେ ଇମାନ୍ ଉଲ୍ ହକ୍ ଓ କ୍ୟାପ୍‌ଟେନ୍ ବାବର ଆଜମ୍ ଯଥାକ୍ରମେ ୪୬ ଏବଂ ୨୬ ରନ୍‌ରେ ଅପରାଜିତ ଥିଲେ । ଆସନ୍ତାକାଲି ମ୍ୟାଚ୍‌ର ଅନ୍ତିମ ଦିନ ଥିବାବେଳେ ବିଜୟ ପାଇଁ ପାକିସ୍ତାନକୁ ୪୧୯ ରନ୍ ଆବଶ୍ୟକ ଥିବାବେଳେ ସିରିଜ୍ ବରାବର କରିବା ନିମନ୍ତେ ଶ୍ରୀଲଙ୍କାକୁ ଆଉ ୯ ୱିକେଟ୍ ଦରକାର ।

ଶ୍ରୀଲଙ୍କାର ପ୍ରଥମ ଇନିଂସ୍ ସ୍କୋର୍ ୩୭୮ ରନ୍ ଜବାବରେ ତୃତୀୟ ଦିନ ପାକିସ୍ତାନ ମାତ୍ର ୨୩୧ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ୧୭୬/୫ରୁ ଚତୁର୍ଥ ଦିନ ଖେଳ ଆରମ୍ଭ କରିଥିବା ଆୟୋଜକ ଶ୍ରୀଲଙ୍କା କ୍ୟାପ୍‌ଟେନ୍ ଦିମୁଥ୍ କରୁଣାରତ୍ନେଙ୍କ ଅର୍ଦ୍ଧଶତକ ଏବଂ ଧନଞ୍ଜୟ ଡି ସିଲ୍‌ଭାଙ୍କ ଶତକ ବଳରେ ଦ୍ୱିତୀୟ ଇନିଂସ୍ ୩୬୦/୮ରେ ଘୋଷଣା କରିଥିଲା । ଫଳରେ ପ୍ରଥମ ଇନିଂସ୍‌ରେ ଶ୍ରୀଲଙ୍କାକୁ ମିଳିଥିବା ୧୪୭ ରନ୍ ଅଗ୍ରଣୀକୁ ମିଶାଇ ପାକିସ୍ତାନ ନିକଟରେ ୫୦୮ ରନ୍‌ର ବୃହତ୍ ଲକ୍ଷ୍ୟ ମିଳିଥିଲା । ଚତୁର୍ଥ ଦିନ ଖରାପ ଆଲୋକ କାରଣରୁ ୨୬ ଓଭର୍ ପୂର୍ବରୁ ମ୍ୟାଚ୍ ଶେଷ ହୋଇଯାଇଥିଲା । ତୃତୀୟ ଦିନ ୨୭ ରନ୍‌ରେ ଅପରାଜିତ ଥିବା ଡି ସିଲ୍‌ଭା ଚତୁର୍ଥ ଦିନ ମହମ୍ମଦ ନୱାଜ୍‌ଙ୍କ ବଲ୍‌ରେ ଏକ ଚୌକା ମାରି ନବମ ଟେଷ୍ଟ୍ ଶତକ ପୂରଣ କରିଥିଲେ । ସେ ୧୦୯ ରନ୍ କରିଥିବା ବେଳେ ନନ୍‌ଷ୍ଟ୍ରାଇକର୍ ଏଣ୍ଡ୍‌ରେ ରନ୍‌ଆଉଟ୍ ହେବା ପରେ କ୍ୟାପ୍‌ଟେନ୍ କରୁଣାରତ୍ନେ ଇନିଂସ୍ ଘୋଷଣା କରିଥିଲେ । କରୁଣାରତ୍ନେ ୬୧ ରନ୍ କରିଥିବା ବେଳେ ଡି ସିଲ୍‌ଭାଙ୍କ ସହ ମିଶି ୧୨୬ ରନ୍‌ର ପାର୍ଟନର୍‌ଶିପ୍ କରିଥିଲେ । ଏହା ମଧ୍ୟରେ କରୁଣାରତ୍ନେ ଟେଷ୍ଟ୍ କ୍ରିକେଟ୍‌ରେ ୬ ହଜାର ରନ୍ ପୂରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking