ନୂଆଦିଲ୍ଲୀ: ନବବର୍ଷରେ ଆତଙ୍କବାଦୀଙ୍କ ଟାର୍ଗେଟ ପାଲଟିଛି ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା । ନୂଆବର୍ଷ ଦିନରେ ହିଁ ଏଠାରେ ଏକ ଭଡ ଧରଣର ବିସ୍ଫୋରଣ ହୋଇଛି । ଯେଉଁଥିରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛି । ଏହାବ୍ୟତୀତ ଅନ୍ୟ ୪ ଜଣ ମଧ୍ୟ ବିସ୍ପୋରଣରେ ଆହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ରବିବାର ରାତିରେ ରାଜୌରୀ ଜିଲ୍ଲାର ଧାଙ୍ଗରୀ ଗ୍ରାମରେ ଆତଙ୍କବାଦୀଙଙ୍କ ଗୁଳିର ଶିକାର ହୋଇଥିଲେ ୪ ଜଣ ସ୍ଥାନୀୟ ଲୋକ । ଏହାସହିତ ୭ ଜଣ ବ୍ୟକ୍ତି ଗୁରୁତର ଆହତ ମଧ୍ୟ ହୋଇଥିଲେ । ଏବେ ଏହି ଘଟଣାକୁ ୨୪ ଘଣ୍ଟା ନ ହେଉଣୁ ଏହି ହତ୍ୟାକୁ ବିରୋଧ ହେଉଥିବା ସ୍ଥାନରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ଶିଶୁ ପ୍ରାଣ ହଯରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ତେବେ ଏହାମଧ୍ୟରେ ୪ ଜଣ ହିନ୍ଦୁଙ୍କ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବିବାଦ ଆହୁରି ଘନେଇ ଉଠିଛି । ଗତବର୍ଷ ପରି ପୁଣିଥରେ ହିନ୍ଦୁମାନଙ୍କୁ ଟାର୍ଗେଟ କରି ହତ୍ୟା ହେଉଥିବା କୁହାଯାଉଛି ।
ତେବେ ୫ ଜଣଙ୍କ ମୃତ୍ୟୁ ହେବା ଘଟଣା ପରେ ଶବକୁ ରାସ୍ତାରେ ରଖି ବିରୋଧ ପ୍ରଦର୍ଶନ ଜୋର ଧରିଛି । ବାରମ୍ବାର ଏମିତି ଘଟଣା ଘଟୁଥିବାରୁ ସରକାରଙ୍କ ପ୍ରତି କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ମୃତକ ଏବଂ ପରିବାରକୁ ନ୍ୟାୟ ଦାବି ସହିତ ନିଜ ସୁରକ୍ଷା ପାଇଁ ସରକାରଙ୍କୁ ଦାବି କରିଛନ୍ତି । ଏମିତି ସମୟରେ କିଏ ଏବଂ କେବେ ଜନସାଧାରଣଙ୍କୁ ସୁରକ୍ଷା ଦେବେ ସେ ନେଇ ଉଠିଛି ବିରାଟ ପଶ୍ନ ।