17.1 C
Bhubaneswar
Thursday, January 9, 2025
Homeଓଡିଶାମଞ୍ଚେଶ୍ୱର ଅଞ୍ଚଳରେ୧୧ ଦୋକାନ ସିଲ୍

ମଞ୍ଚେଶ୍ୱର ଅଞ୍ଚଳରେ୧୧ ଦୋକାନ ସିଲ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଖାଦ୍ୟ ସୁରକ୍ଷା ଯାଞ୍ଚକୁ ନେଇ ଏବେ ଧଡପକଡ ଚାଲିଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ତା’ର ନିୟମକୁ କଢାକଡି କରଛି । ବିଭିନ୍ନ ହୋଟେଲ ନିମ୍ନମାନର ଖାଦ୍ୟ ତଥା ବାସିଖାଦ୍ୟ ଦେଉଥିବା ସହ ବାରଣ ସତ୍ତ୍ୱେ କୋଇଲା ଚୁଲା ବ୍ୟବହାର କରୁଥିବା ଅଭିଯୋଗରେ ଆଜି ୧୧ଟି ହୋଟେଲ ସିଲ୍ ହୋଇଛି । ୱାର୍ଡ ନଂ ୧୧ଓ ୧୨ର ରେଲୱେ ମାର୍କେଟ, ଭିଏସଏସ୍‌ନଗର ମାର୍କେଟ, ମଞ୍ଚେଶ୍ୱର ମାର୍କେଟ ଅଞ୍ଚଳରେ ବିଏମ୍‌ସିର ଖାଦ୍ୟ ସରକ୍ଷା ଟିମ୍ ରେଡ୍ କରିଥିଲା ।

ବିଏମ୍‌ସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଜୋନାଲ ଡେପୁଟି ଅଫିସର ପୁରନ୍ଦର ନନ୍ଦ, ସ୍ୱାସ୍ଥ୍ୟ ଅଧିକାରୀ ଦୀପକ ମିଶ୍ରଙ୍କ ସହ ଖାଦ୍ୟ ସୁରକ୍ଷା ଟିମ୍ ଓ ବିଏମ୍‌ସି ବିଭାଗୀୟ କର୍ତ୍ତୃପକ୍ଷ ଉପରୋକ୍ତ ୨ ୱାର୍ଡର ମାର୍କେଟ ଅଞ୍ଚଳ ଯାଞ୍ଚ କରିଥିଲେ । ହୋଟେଲରେ ବ୍ୟବହାର କରାଯାଉଥିବା କୋଇଲା ଚୁଲାକୁ ବିଏମ୍‌ସି ସମୂର୍ଣ୍ଣ ବାରଣ କରୁଥିବ ସତ୍ତ୍ୱେ ଏହି ହୋଟେଲ ଗୁଡ଼ିକରେ କ୍ରମାଗତ ଭାବରେ କୋଇଲା ଚୁଲାର ବ୍ୟବହାର କରୁଥିବା ଟିମ୍ ଜାଣିବାକୁ ପାଇଥିଲା । ଖାଲି ସେତିକି ନୁହଁ ହୋଟଲର ପାରିପାଶ୍ୱିକ ପରିମଳ ବ୍ୟବସ୍ଥା ଖିଲାପ କରୁଥିବା କଥା ଟିମ୍ ନଜରକୁ ଆସିଥିଲା । ତେଣୁ ପରବର୍ତ୍ତୀ ନିର୍ଦ୍ଦେଶନାମା ନମିଳିବା ପର୍ଯ୍ୟନ୍ତ ଉକ୍ତ ହୋଟେଲ ସିଲ୍ ହୋଇ ରହିବ । ନିଜ ପରିମଳ ଅବସ୍ଥା ସୁଧାରିବା ସହ କୋଇଲା ଚୁଲାର ବ୍ୟବହାର ନକରିବା ପାଇଁ ବିଏମ୍‌ସି ତାଗିଦ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking