27.1 C
Bhubaneswar
Sunday, September 29, 2024
Homeଅପରାଧଟଙ୍କା ପାଇଁ ଗଣ୍ଡଗୋଳ ; ଯୁବକଙ୍କ ଉପରେ ଚଢ଼ାଇଲେ ଗାଡି

ଟଙ୍କା ପାଇଁ ଗଣ୍ଡଗୋଳ ; ଯୁବକଙ୍କ ଉପରେ ଚଢ଼ାଇଲେ ଗାଡି

କର୍ଣ୍ଣାଟକ : କର୍ଣ୍ଣାଟକର ଉଦୁପିରେ ଘଟିଛି ଅଭବନୀୟ ଘଟଣା। ୬ ଜଣ ଯୁବକ ଗଣ୍ଡଗୋଳ କରୁଥିବା ବେଳେ ଏକ କାର୍ ଜଣେ ଯୁବକଙ୍କ ଉପରେ ମାଡିଯାଉଥିବା ଭିଡିଓ ଏବେ ବେଶ ଭାଇରାଲ ହେଉଛି । ସୂଚନା ଅନୁସାରେ, ଏହି ଘଟଣା ମେ ୧୮ ରାତିରେ ଘଟିଥିଲା। ବର୍ତ୍ତମାନ ଜଣେ ଡାକ୍ତର ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପରେ ଭାଇରାଲ ହୋଇଛି। ଟଙ୍କା କାରବାରକୁ ନେଇ ୬ଜଣଙ୍କ ମଧ୍ୟରେ ବିବାଦ ଥିଲା। ୧୮ ରାତିରେ ଏମାନେ ରାସ୍ତା ଉପରେ କାର୍ ମଧ୍ୟରେ ଥାଇ ପାଟିତୁଣ୍ଡ ଲାଗିଥିଲେ। ଦୁଇ ଜଣ ଯୁବକ ହଠାତ୍ ଏକ କାରରୁ ଆସି ଅନ୍ୟ ଏକ କାରରେ ଥିବା ଯୁବକଙ୍କ ଉପରେ ହମଲା କରିଥିଲେ।ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ଜଣେ ଯୁବକଙ୍କ ଉପରେ ଜାଣି ଜାଣି କାର୍ ମାଡାଇ ଦିଆଯାଇଥିଲା। ସେ ତଳେ ପଡ଼ି ଛଟପଟ ହେଉଥିଲେ ମଧ୍ୟ ଅନ୍ୟମାନେ ପାଟିତୁଣ୍ଡରେ ଲାଗିଥିବା ଭିଡିଓରେ ଦେଖାଯାଉଛି। ଏହି ଘଟଣାରେ କାର୍ ମାଡ଼ି ଯାଇଥିବା ଯୁବକଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ପୁଲିସ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରିଛି। ଅନ୍ୟ ଚାରି ଜଣ ଫେରାର୍ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking