30.1 C
Bhubaneswar
Tuesday, June 10, 2025
Homeଓଡିଶାଟ୍ରକ ପଛରେ ପିଟି ହେଲା ସ୍କର୍ପିଓ: ୨ ମୃତ, ଜଣେ ଗୁରୁତର

ଟ୍ରକ ପଛରେ ପିଟି ହେଲା ସ୍କର୍ପିଓ: ୨ ମୃତ, ଜଣେ ଗୁରୁତର

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ଛିଡ଼ା ହୋଇଥିବା ବେଳେ ଏକ ସ୍କର୍ପିଓ ତା’ ପଛରେ ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି।
ସ୍କର୍ପିଓଟି ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ସ୍କର୍ପିଓଟିରେ ପଶ୍ଚିମବଙ୍ଗର ରେଜିଷ୍ଟ୍ରେସନ ନମ୍ବର ରହିଛି। ଦୁର୍ଘଟଣା ପରେ ପୁଲିସ୍ ସ୍କର୍ପିଓରେ ଥିବା ୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ନେଇଥିଲା। ତେବେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଜଣେ ସେଠାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ସେ କଥା କହିପାରୁ ନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking