ବଲାଙ୍ଗିର: ବଲାଙ୍ଗିର-ସମ୍ବଲପୁର ଏନଏଚ-୨୬ ବୁର୍ଡା ଛକରେ ଘଟିଯାଇଛି ଏକ ସଡକ ଦୁର୍ଘଟଣା । ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ସ୍କର୍ପିଓ ଧକ୍କା ଦେଇଥିବା ଜଣାଯାଇଛି । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମୃତାହତଙ୍କର କୌଣସି ପରିଚୟ ଏଯାବତ ମିଳିପାରିନାହିଁ । ସେପଟେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଖୋଜିବାକୁ ଚେଷ୍ଟା କରୁଛି ପୋଲିସ ।