27.1 C
Bhubaneswar
Friday, September 20, 2024
Homeଓଡିଶା୩ ରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

୩ ରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଭୁବନେଶ୍ୱର : ଦ୍ୱନ୍ଦ୍ୱ ଦୂର କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଆସନ୍ତା ୩ ତାରିଖରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ କ୍ଲାସ । ଏନେଇ ବିଭିନ୍ନ ଦ୍ୱନ୍ଦ୍ୱ ଦେଖାଯାଉଥିବା ବେଳେ ସେପରି କୌଣସି ଦ୍ୱନ୍ଦ୍ୱ ନାହିଁ କହିଲେ ମନ୍ତ୍ରୀ ସମୀର ଦାଶ । ଏଥିସହ ସେ କହିଛନ୍ତି, ନୋଡାଲ ଅଫିସରମାନେ ଜିଲ୍ଲା ବୁଲୁଛନ୍ତି। ଡିଇଓ ଓ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି ।

ଯିଏ ଚାହିଁବେ ଅନଲାଇନ୍‌ରେ ପଢ଼ିପାରିବେ। ଦୀର୍ଘ ପ୍ରାୟ ୨ ବର୍ଷ ପରେ ପିଲାମାନେ ସ୍କୁଲ ଆସିବା ଆରମ୍ଭ କରିବେ। ସ୍କୁଲ ପରିସରରେ କୋଭିଡ ଗାଇଡଲାଇନ୍‌କୁ କଡ଼ାକଡ଼ି ପାଳନ କରାଯିବ । ଏଥିନିମନ୍ତେ ସ୍କୁଲ କ୍ୟାମ୍ପସ ସ୍ବଚ୍ଛ ରଖାଯାଇଛି । ପିଲାଙ୍କୁ ଗହଳିରୁ ଦୂରେଇ ରଖିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଦାସ । ଏଥିସହ ୨୦୨୨ରେ ପରୀକ୍ଷା ଠିକ୍ ସମୟରେ ହେବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ,  କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ସ୍କୁଲ ଖୋଲିବା ନିଷ୍ପତ୍ତିକୁ ପୁଣି ଥରେ ପରିବର୍ତ୍ତନ କରିପାରନ୍ତି। ଏ ସମୟରେ ରାଜ୍ୟ ସରକାର ସଠିକ ସମୟରେ ସଠିକ ନିଷ୍ପତ୍ତି ନେବେ ବୋଲି ଡିଏମଇଟି କହିବା ପରେ ଦେଖାଦେଇଥିଲା ବିବାଦ । ଏପରିକି ଡିଏମଇଟିଙ୍କ ଏପରି ବୟାନକୁ ନେଇ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଅସନ୍ତୋଷ ପ୍ରକଟ କରିଥିଲେ ଏବଂ ବହୁତ ସମୀକ୍ଷା, ତର୍ଜମା ପରେ ନିଷ୍କତ୍ତି ନିଆଯାଇଥିବା କହିଥିଲେ।

ଏହାପରେ ଶିକ୍ଷାମନ୍ତ୍ରୀ ଆଜି ସମସ୍ତ ଦ୍ୱନ୍ଦ୍ୱ  ଦୂର କରିଛନ୍ତି। ସ୍କୁଲ ଖୋଲିବା ପରେ ଏବେ ରାଜ୍ୟରେ ଥିବା ୨୭୦୦୦ ସ୍କୁଲ ଚଞ୍ଚଳ ହେବ। ପୂର୍ବ ପରି କ୍ଲାସ ରୁମ୍‌ରେ ବସି ପିଲାମାନେ ପାଠ ପଢ଼ିବେ। କିନ୍ତୁ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପଳନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

ବଦଳିପାରେ ସ୍କୁଲ୍ ଖୋଲିବା ନିଷ୍ପତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking