17.1 C
Bhubaneswar
Friday, January 10, 2025
Homeଦେଶ ବିଦେଶବିହାରରେ କରୋନା ସ୍ଥିତିରେ ସୁଧାର ; ଖୋଲିବ ସ୍କୁଲ, କଲେଜ ,ସିନେମା ହଲ

ବିହାରରେ କରୋନା ସ୍ଥିତିରେ ସୁଧାର ; ଖୋଲିବ ସ୍କୁଲ, କଲେଜ ,ସିନେମା ହଲ

ବିହାର : ବିହାରରେ କରୋନା ଭାଇରସ୍ ସଂକ୍ରମଣର କମ୍ ମାମଲାକୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ ସ୍କୁଲ-କଲେଜ, ଦୋକାନ, ମଲ୍, ପାର୍କ ଏବଂ ଧାର୍ମିକ ସ୍ଥାନକୁ ସାଧାରଣ ଭାବରେ ଖୋଲିବାକୁ ଅନୁମତି ଦେଇଛନ୍ତି । ଆଜି ବିପର୍ଯ୍ୟୟ ପରିଚାଳନା ବିଭାଗର ବୈଠକ ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଲେଖିଛନ୍ତି, “କୋଭିଡର ସ୍ଥିତି ସମୀକ୍ଷା କରାଯାଇଛି। କରୋନା ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଦୋକାନ, ପ୍ରତିଷ୍ଠାନ, ସପିଂ ମଲ, ପାର୍କ ଏବଂ ଧାର୍ମିକ ସ୍ଥାନ ସାଧାରଣ ଭାବରେ ଖୋଲିବ । ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ସମସ୍ତ ପ୍ରକାର ସାମାଜିକ, ରାଜନୈତିକ , ମନୋରଞ୍ଜନ, କ୍ରୀଡା, ସାଂସ୍କୃତିକ ତଥା ଧାର୍ମିକ କାର୍ଯ୍ୟକ୍ରମ ଆବଶ୍ୟକ ସତର୍କତା ସହିତ ଆୟୋଜିତ ହୋଇପାରିବ ।

ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି, “ସମସ୍ତ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ , ବିଦ୍ୟାଳୟ (ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ) ଏବଂ କୋଚିଂ ଇନଷ୍ଟିଚ୍ୟୁଟ୍ ମଧ୍ୟ ସାଧାରଣ ଭାବେ ଖୋଲିବ । ରାଜ୍ୟ ବିଶ୍ୱବିଦ୍ୟାଳୟ, କଲେଜ, ବିଦ୍ୟାଳୟ ଦ୍ୱାରା ପରୀକ୍ଷା କରାଯାଇପାରିବ । 50% କ୍ଷମତା ସହିତ ସିନେମା ହଲ୍ , କ୍ଲବ୍, ଜିମ୍, ସୁଇମିଂ ପୁଲ୍, ରେଷ୍ଟୁରାଣ୍ଟ ଏବଂ ଖାଦ୍ୟ ଦୋକାନ ଖୋଲାଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking