26.1 C
Bhubaneswar
Tuesday, June 10, 2025
Homeଦେଶ ବିଦେଶସ୍କୁଲ ବସ୍ ଓ ଡମ୍ପର ଧକ୍କା, ଚାଲିଗଲା ଛାତ୍ରୀ ସହିତ ପ୍ରିନ୍ସିପାଲଙ୍କ ଜୀବନ

ସ୍କୁଲ ବସ୍ ଓ ଡମ୍ପର ଧକ୍କା, ଚାଲିଗଲା ଛାତ୍ରୀ ସହିତ ପ୍ରିନ୍ସିପାଲଙ୍କ ଜୀବନ

ନୂଆଦିଲ୍ଲୀ: ଖେଳ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାଇଥିବା ବେଳେ ଘଟିଲା ଦୁର୍ଘଟଣା । ସ୍କୁଲ ବସ୍ ଏବଂ ଡମ୍ପର ଧକ୍କାରେ ଛାତ୍ରୀଙ୍କ ସହିତ ପ୍ରିନ୍ସିପାଲଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନ ବାଡମେରରେ ଘଟିଛି ଏଭଳି ଘଟଣା ।

ରାଜସ୍ଥାନର ବାଡମେର ଜିଲ୍ଲାରେ ସ୍କୁଲ ବସ୍ ଏବଂ ଡମ୍ପର ଧକ୍କା । ଫଳରେ ଜଣେ ସ୍କୁଲ ଛାତ୍ରୀ ଏବଂ ସ୍କୁଲ ପ୍ରିନ୍ସପାଲଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଛାତ୍ରୀ ଆହତ ହୋଇଛନ୍ତି । ସ୍କୁଲ ଛାତ୍ରମାନେ ଏକ ଖେଳ ପ୍ରତିଯୋଗିତାରେ ଭାଗନେବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ଟିମ୍ ପହଞ୍ଚି ଉଦ୍ଧାର ଜାରି ରଖିଛି ।

ରାଜସ୍ଥାନର ବାଡମେର ଜିଲ୍ଲାରେ ଥିବା ମଡେଲ ସ୍କୁଲ ଡେଟାନୀର ଛାତ୍ରମାନେ ଏକ ଖେଳ ପ୍ରତିଯୋଗିତାରେ ଭାଗ ନେବା ପାଇଁ ରାନୀଓ୍ଵାଡା ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ସ୍କୁଲ ବସ୍ ଏବଂ ଡମ୍ପର ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ଏଥିରେ ଜଣେ ଛାତ୍ରୀ ଜୀବନ ଚାଲିଯାଇଥିବା ବେଳେ ଅନେକ ଛାତ୍ରୀ ଆହତ ହୋଇଛନ୍ତି । ଆହତ ଛାତ୍ରୀଙ୍କୁ ସିଏଚସି ଗାଗାରିଆରେ ଭର୍ତ୍ତି କରାଯାଇଛି । ଘଟଣାରେ ସ୍କୁଲ ପ୍ରିନ୍ସିପାଲ ମହମ୍ମଦ ଇବ୍ରାହିମ ଗୁରୁତର ଆହତ ହୋଇଥିଲେ । ପରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking