30.1 C
Bhubaneswar
Friday, May 3, 2024
Homeଓଡିଶାଖୋର୍ଦ୍ଧାରେ ୧୦.୩୦ ପରେ ସ୍କୁଲ ଛୁଟି

ଖୋର୍ଦ୍ଧାରେ ୧୦.୩୦ ପରେ ସ୍କୁଲ ଛୁଟି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡ଼ି ପାଇଁ ସମୟ ସ୍ଥିର କରାଯାଇଛି । ଜିଲ୍ଲାରେ ସମସ୍ତ ସ୍କୁଲରେ ସକାଳ ସାଢେ ୬ଟାରୁ ୧୦ଟା ପର୍ଯ୍ୟନ୍ତ ପାଠପଢା ହେବ ବୋଲି ଘୋଷଣା ହୋଇଛି । ଖୋର୍ଦ୍ଧାର ସମସ୍ତ ସରକାରୀ, ଘରୋଇ ଏବଂ ଅନୁଦାନପ୍ରାପ୍ତ ସ୍କୁଲ ସାଢେ ୧୦ଟା ଯାଏଁ ସ୍କୁଲ ଖୋଲା ରହିବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ଖେର୍ଦ୍ଧା ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସାରା ରାଜ୍ୟରେ ଆଜି ଭୁବନେଶ୍ୱରରେ ସବୁଠୁ ଅଧିକ ଖରା ହୋଇଛି । ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି, ଯାହା ସାରା ରାଜ୍ୟରେ ସର୍ବାଧିକ । ତା’ ସହିତ ପ୍ରଥମ ଥର ପାଇଁ ଆଜି ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି । ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳୁ ମିଳିସାରିଥିଲା ପ୍ରଚଣ୍ଡ ତାତିର ଆଭାସ । ସକାଳ ସାଢ଼େ ୮ଟାରେ ଭୁବନେଶ୍ୱରର ତାପମାତ୍ରା ୩୧.୨ ଡିଗ୍ରୀ ରହିଥିବା ବେଳେ ସାଢେ ୧୧ଟା ସୁଦ୍ଧା ୩୯.୮ ଓ ଦିନ ସାଢେ ୨ଟା ବେଳକୁ ଏହା ଛୁଇଁଥିଲା ୪୩.୨ ଡିଗ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking