32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବିଦ୍ୟାଳୟରେ ଅଗ୍ନିକାଣ୍ଡ : ୪ ବର୍ଷର ବାଳିକାର ମୃତ

ବିଦ୍ୟାଳୟରେ ଅଗ୍ନିକାଣ୍ଡ : ୪ ବର୍ଷର ବାଳିକାର ମୃତ

ବିଜାପୁର : ବିଦ୍ୟାଳୟରେ ଅଗ୍ନିକାଣ୍ଡ । ବୁଧବାର ବିଳମ୍ବିତ ରାତିରେ ଛତିଶଗଡ଼ର ଆଦିବାସୀ ପ୍ରଭାବିତ ଅଞ୍ଚଳ ବିଜାପୁରରେ ଏକ ସରକାରୀ ଚାଳିତ ଆବାସିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟି ଜଣେ ୪ ବର୍ଷର ବାଳିକାର ମୃତ୍ୟୁ ଘଟିଛି। ଆବାସିକ ବିଦ୍ୟାଳୟରେ ନିଆଁ ଲାଗିଯିବା ପରେ ସେଠାରେ ଥିବା ପ୍ରାୟ ୩୦ରୁ ଅଧିକ ଛାତ୍ରୀଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ନକ୍ସଲ ପ୍ରଭାବିତ ଛତିଶଗଡର ଏହି ସ୍କୁଲ ଘରଟି ବାଉଁଶରେ ନିର୍ମାଣ ହୋଇଥିଲା। ଫଳରେ ନିଆଁ ବ୍ୟାପିବାକୁ ବେଶି ସମୟ ଲାଗିନଥିଲା। ସଙ୍ଗେ ସ‌ଙ୍ଗେ ଭିତରେ ନିଆଁ ଚାରିଆଡ଼େ ମାଡ଼ି ଯାଇଥିଲା। କେଉଁ କାରଣରୁ ହଠାତ ଏହି ଆବାସିକ ବିଦ୍ୟାଳୟରେ ନିଆଁ ଲାଗିଯାଇଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଗ୍ରାମବାସୀଙ୍କ ସହାୟତାରେ ୩୦ ରୁ ଅଧିକ ଛାତ୍ରୀ ଉଦ୍ଧାର ହୋଇଥିଲେ ବି ଜଣେ ଛାତ୍ରୀ ନିଆଁରେ ପୋଡି ମୃତ୍ୟୁବରଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking