35.1 C
Bhubaneswar
Tuesday, May 21, 2024
Homeଓଡିଶାକୋହଳ ହେବ ସ୍କୁଲ୍ ଫି

କୋହଳ ହେବ ସ୍କୁଲ୍ ଫି

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ସ୍କୁଲ୍ ଫି କୋହଳ କରିବାକୁ ଘରୋଇ ସ୍କୁଲ୍ ଗୁଡ଼ିକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଘରୋଇ ଅଣଅନୁଦାପ ପ୍ରାପ୍ତ, ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ୍‌ରେ ପଢ଼ୁଥିବା ଛାତ୍ରଛ୍ରତୀଙ୍କ ଫି କୋହଳ କରିବା ଲାଗି ରାଜ୍ୟ ସରକାର କହିଛନ୍ତି । ଏ ନେଇ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଛି । ୭ଟି ସ୍ଲାବ୍‌ରେ ଫି ଛାଡ ଲାଗି କୁହାଯାଇଛି । ଏହାସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ଆଦାୟ ନକରିବାକୁ ସ୍କୁଲ୍ ଗୁଡ଼ିକୁ ସରକାର କହିଛନ୍ତି । ୨୦୨୦-୨୧ଶିକ୍ଷାବର୍ଷ ଲାଗି କୌଣସି ବିଦ୍ୟାଳୟ ଫି ବୃଦ୍ଧି କରିପାରିବେ ନାହିଁ । ସେହିପରି ହଷ୍ଟେଲ ଫି ୩୦ ପ୍ରତିଶତ ଛାଡ଼କରିବାକୁ କୁହାଯାଇଛି । ସ୍କୁଲ୍ ନଖୋଲିବା ଯାଏ ଆକ୍ଟିଭିଟି ଫି, ଲଣ୍ଡି ଫି, ଏକ୍ସଟର୍ଣ୍ଣାଲ ଏକ୍‌ଜାମ୍ ଫି, ୟୁନିଫର୍ମ ଫି, କନ୍‌ଭେୟାନ୍ସ ଫି, ରିଆଡିମିଶନ ଫି, ଆନୁଆଲ ଫି ଆଦାୟ ନକରିବାକୁ ସରକାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking