24.1 C
Bhubaneswar
Thursday, February 20, 2025
Homeଦେଶ ବିଦେଶଗାଜାର ବିନାଶର ଦୃଶ୍ୟ : ଭଙ୍ଗାଘର ତଳେ ମଣିଷ କଙ୍କାଳ

ଗାଜାର ବିନାଶର ଦୃଶ୍ୟ : ଭଙ୍ଗାଘର ତଳେ ମଣିଷ କଙ୍କାଳ

ନୂଆଦିଲ୍ଲୀ :ଗାଜାରେ ଅସ୍ତ୍ରବିରତି ଘୋଷଣା ପରେ ଯୁଦ୍ଧ ବିରାମ ଘୋଷଣା ପରେ ଇସ୍ରାଏଲ୍ ସେନା ପ୍ରତ୍ୟାହାର କରିଛି।  ୧୫ ମାସ ପରେ ଲୋକମାନେ ନିଜ ନିଜ ଘରକୁ ଫେରୁଛନ୍ତି।  ସେମାନେ ଇସ୍ରାଏଲର ଆକ୍ରମଣ ଯୋଗୁ  ସାମରିକ ଆଶ୍ରୟସ୍ଥଳରେ ରହିବାକୁ ବାଧ୍ୟ ହୋଇଥିଲେ। ଗାଜାବାସୀ ୧୫ ମାସ ପରେ ନିଜ ଭିଟାମାଟିକୁ  ଫେରି ଖୁସି, କିନ୍ତୁ ବିନାଶର ଦୃଶ୍ୟ ସେମାନଙ୍କୁ ମର୍ମାହତ କରିଛି। ସେମାନେ ଏବେ ଚାରିଆଡେ କେବଳ ଆବର୍ଜନା ଗଦା ଦେଖୁଛନ୍ତି।  ଯେଉଁଠାରେ ସେମାନଙ୍କ ଘର, ଦୋକାନ, ବିଦ୍ୟାଳୟ ଏବଂ ପାର୍କ ଏକଦା ଠିଆ ହୋଇଥିଲା ଏବେ ସେସବୁ ଧ୍ବଂସସ୍ତୁପ ପାଲଟିଛି। ଭିଟାମାଟିର ଭ୍‌ଗା ଘର ତଳେ ଏବେ ମଣିଷ କଙ୍କାଳ ଜମା ହୋଇରହିଛି। ଜାତିସଂଘ ମାନବିକ ବ୍ୟାପାର କାର‌୍ୟ୍ୟାଳୟର ରିପୋର୍ଟରେ କୁହାଯାଇଛି ଯେ, ଗାଜା ଅଞ୍ଚଳରେ ଯୁଦ୍ଧ ଯୋଗୁ  ୪,୩୬,୦୦୦ ରୁ ଅଧିକ କୋଠା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି।   ୨,୭୬,୦୦୦ରୁ ଅଧିକ  କୋଠା ନଷ୍ଟ ହୋଇଯାଇଛି। ଏହି ଯୁଦ୍ଧ ଯୋଗୁ ଗାଜାର ୯୦% ଲୋକ ବିସ୍ଥାପିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking