32.1 C
Bhubaneswar
Tuesday, April 28, 2026
Homeଓଡିଶାଭିଜିଲାନ୍ସ ଜାଲରେ ଏସ୍‌ସିବି ଡାଟା ଏଣ୍ଟ୍ରି ଅପରେଟର 

ଭିଜିଲାନ୍ସ ଜାଲରେ ଏସ୍‌ସିବି ଡାଟା ଏଣ୍ଟ୍ରି ଅପରେଟର 

କଟକ: ଏସ୍‌ସିବି ମେଡିକାଲର ହେପାଟୋଲୋଜି ବିଭାଗର ଡାଟା ଏଣ୍ଟ୍ରି ଅପରେଟର ସ୍ମୃତିରଞ୍ଜନ ସାହୁ ଲାଞ୍ଚନେବା ବେଳେ ଭିଜିଲାନ୍ସ ହାତରେ ଆଜି ଧରାପଡ଼ିଛନ୍ତି। ଜଣେ ଗରିବ ରୋଗୀଙ୍କୁ ମାଗଣା ଔଷଧ ଯୋଗାଇ ଦେବା ପାଇଁ ତାଙ୍କ ପୁଅଠାରୁ ସେ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରାପଡ଼ିଥିଲେ। ସୂଚନାନୁସାରେ, ଜଣେ ଗରିବ ରୋଗୀ ହେପାଟାଇଟିସ୍‌-ସି ରୋଗରେ ପୀଡ଼ିତ ହୋଇ ଏସ୍‌ସିବି ମେଡିକାଲର ହେପାଟୋଲୋଜି ବିଭାଗରେ ଚିକିତ୍ସିତ ହେଉଛନ୍ତି।

ରୋଗୀଙ୍କ ଚିକିତ୍ସା ପାଇଁ ସରକାର ମାଗଣାରେ ଔଷଧ ଯୋଗାଇ ଦେଉଛନ୍ତି। ମାତ୍ର ଅଭିଯୁକ୍ତ ସ୍ମୃତିରଞ୍ଜନ ରୋଗୀଙ୍କ ପୁଅକୁ ମାଗଣା ଔଷଧ ଦେବା ପାଇଁ ଅର୍ଥ ଦାବି କରିଥିଲେ। ଦାବି ମୁତାବକ ଅର୍ଥ ନ ମିଳିଲେ ଔଷଧ ଦେବେ ନାହିଁ ବୋଲି ସେ ମନା କରିଦେଇଥିଲେ। ଅନ୍ୟ ଉପାୟ ନପାଇ ରୋଗୀଙ୍କ ପୁଅ ଏ ସଂକ୍ରାନ୍ତରେ ଭିଜିଲାନ୍ସ କର୍ତ୍ତୃପକ୍ଷକୁ ଜଣାଇଥିଲେ। ଭିଜିଲାନ୍ସ ଅଧିକାରୀଙ୍କ ଯୋଜନା ମୁତାବକ ଆଜି ଅଭିଯୁକ୍ତ ଜଣକ ରୋଗୀଙ୍କ ପୁଅଠାରୁ ଲାଞ୍ଚନେବା ବେଳେ ସେଠାରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିପକାଇଥିଲେ। ସମସ୍ତ ଲାଞ୍ଚ ଟଙ୍କା ଅଭିଯୁକ୍ତଙ୍କଠାରୁ ଜବତ କରାଯାଇଛି। ଏହାପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭିଯୁକ୍ତଙ୍କ ଦୁଇ ଜାଗାରେ ଥିବା ଘରେ ଏକକାଳୀନ ଚଢ଼ାଉ କରାଯାଇଛି। ଏନେଇ ଭିଜିଲାନ୍ସ ଥାନାରେ ଏକ ମାମାଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking