ନୂଆଦିଲ୍ଳୀ: ସ୍କ୍ରବ ଟାଇଫସକୁ ନେଇ ବଢ଼ୁଛି ଆତଙ୍କ । ଦିନକୁ ଦି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହା ଜନିତ ମୃତ୍ୟୁ ସଂଖ୍ୟା ବି ବଢ଼ିବାକୁ ଲାଗିଲାଣି । ଦେଶରେ ବିଭିନ୍ନ ସ୍ଥାନରେ ଏହି ଭୂତାଣୁ ଯୋଗୁଁ ଲୋକଙ୍କ ଚିନ୍ତା ବଢ଼ିବାକୁ ଲାଗିଛି । ହିମାଚଳ ପ୍ରଦେଶରେ ୯୭୩ ଜଣ ପଜିଟିଭ କେସେସ ଆସିଥିଲା ବେଳେ ଏର୍ଯ୍ୟନ୍ତ ଭୂତାଣୁ ଯୋଗୁଁ ୧୪ ଜଣଙ୍କ ଜୀବନ ଗଲାଣି । ସେହିପରି ଆମ ରାଜ୍ୟ ସହି।।ରେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ର ବଢ଼ୁଛି । ଓଡିଶାର ନବରଙ୍ଗପୁର, ବରଗଠ ସୁନ୍ଦରଗଡ, ନ୍ଦେୁଝରରୁ ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଛି । ସେଥିମଧ୍ୟରେ ୫ ଜଣଙ୍କ ଜୀବନ ଯାଇଛି । ତେବେ ଏହି ସ୍କ୍ରବ ଟାଇଫସ କଣ । ଏହାର ଲକ୍ଷଣ ଏବଂ କେମିତି ସତର୍କତା ଅବଲମ୍ବନ କରିବେ, ଆସନ୍ତୁ ଜାଣିବା ଆମ ରିପୋର୍ଟରେ ।
ସ୍କ୍ରବ ଟାଇଫସ କ’ଣ?: ଏହି ରୋଗ ଏକ ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପୀ ଥାଏ । ଜିଗର୍ସ ନାମ ଏକ ଛୋଟ ପୋକ କାୁଡିବା ଦ୍ୱାରା, ଏହା ସଂକ୍ରାମକ ହୋଇଥାଏ । ଆଉ ଏହି ଚିିଗର୍ସ ପୋକ ଘାସ, ବୁଦା, ବଣ ଆଦିରେ ରହିଥାଏ । ଆଉ ଜନରୁ ନଭେମ୍ବର ପର୍ଯ୍ୟନ୍ତ ଏହାର ପିକଅପ୍ ସମୟ ହୋଇଥାଏ । ଏହି ୋକ ।ମୁଡିବା ଦ୍ୱାରା ଶରୀରରେ ଏକ ଗାଢ଼ ଚିହ୍ନ ହୋଇଯାଏ । ତାପରେ ଏହା କୁଣ୍ଡେଇ ହୋଇ ସଂକ୍ରମିତ ହେଇଯାଏ । ସଂକ୍ରମିତ ହେବାର ଏକ ସ୍ତାହ ମଧ୍ୟରେ ଏହାର ଲକ୍ଷଣ ଦେଖାଯାଏ । ଯଦି ଏହାକୁ ଯଥା ଶୀଘ୍ର ଚିକିତ୍ସା ଆରମ୍ଭ କରାନଯାଏ । ତେବେ ଏହା ବ୍ୟାପୀଯାଏ । ଆଉ ଘାତକ ସାଜିପାରେ । ଯଦି ଜ୍ୱର ୩ରୁ ୪ ଦିନ ଲାଗି ରହେ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆଉ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରନ୍ତୁ । ଯଦି ବିଳମ୍ବ କରନ୍ତି, ତେବେ ଏହା ମାରାତ୍ମକ ହୋଇପାରେ । ବିଶେଷ କରି ବିଲବାଡି, ଜଙ୍ଗଲ ଆଦିରେ କା କରୁଥିବା ଲୋକେ ଏହି ରୋଗର ଶୀକାର ହୋଇଥାନ୍ତି ।