30.1 C
Bhubaneswar
Friday, May 3, 2024
Homeଓଡିଶାଖୁବଶୀଘ୍ର ଏମକେସିଜି ଓ ଭିମସାରରେ କରୋନା ଟେଷ୍ଟ କାର୍ଯ୍ୟକାରୀ

ଖୁବଶୀଘ୍ର ଏମକେସିଜି ଓ ଭିମସାରରେ କରୋନା ଟେଷ୍ଟ କାର୍ଯ୍ୟକାରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ପଦାଧିକାରୀଙ୍କ ସହ ରାଜ୍ୟରେ କୋଭିଡ-୧୯ର ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ ଦାସ ମଧ୍ୟ ଉପସ୍ଥିତ ଥିଲେ । ଏହାସହ ରାଜ୍ୟରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ନବୀନ କରୋନା ଟେଷ୍ଟକୁ ବ୍ୟାପକ କରିବା ପାଇଁ ମଧ୍ୟ ନିଷ୍ପତି ନେଇଛନ୍ତି । ତେବେ ବର୍ତମାନ ସୁଦ୍ଧା ଏହି ବ୍ୟବସ୍ଥା ଆରଏମଆରସି, ଏମସ ଏବଂ କଟକ ବଡ ମେଡିକାଲରେ ଉପଲବ୍‌ଧ ରହିଛି । ଏହାସହ ଏହି ବ୍ୟବସ୍ଥା ଖୁବଶୀଘ୍ର ବ୍ରହ୍ମପୁର ଏମକେସିଜି ଓ ବୁର୍ଲା ଭିମସାରରେ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି । ତେବେ ସେମାନଙ୍କର ଟେଷ୍ଟିଂ କ୍ଷମତା ସୀମିତ ରହିବ । ୧୦ ଏପ୍ରିଲ ସୁଦ୍ଧା ଦିନକୁ ୧୦୦୦ ଟେଷ୍ଟ ପାଇଁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking