ନୂଆଦିଲ୍ଲୀ: ପୋଷ୍ଟ ଅଫିସ୍ ରେକରିଂ ଡିପୋଜିଟ୍(ଆରଡି) ଉପରେ ଅଧିକ ସୁଧ ମିଳୁଛି । ୧ ଏପ୍ରିଲରୁ ସରକାର ଏହାର ସୁଧହାର ୫.୮% ରୁ ୬.୨%କୁ ବୃଦ୍ଧିକରିଛନ୍ତି । ଏହାପୂର୍ବରୁ ଫେବୃଆରୀରେ ଦେଶର ବୃହତ୍ତମ ବ୍ୟାଙ୍କ୍ ଏସବିଆଇ ମଧ୍ୟ ଆରଡିର ସୁଧ ହାର ବୃଦ୍ଧି କରିଥିଲା । ବର୍ତ୍ତମାନ ଏହା ଆରଡି ଉପରେ ସର୍ବାଧିକ ୭% ସୁଧ ଦେଉଛି । ଆରଡି ହେଉଛି ରେକରିଂ ଡିପୋଜିଟ୍ ବା ବାରମ୍ବାର ଜମା । ଏହା ବଡ଼ ସଞ୍ଚୟ କରିବାରେ ସାହାଯ୍ୟ କରିଥାଏ । ଏସ୍ବିଆଇ ଆରଡିରେ ଗ୍ରାହକ ୧ ବର୍ଷରୁ ୧୦ବର୍ଷ ପର୍ଯ୍ୟନ୍ତ ବିନିଯୋଗ କରିପାରିବେ । ବରିଷ୍ଠ ନାଗରିକମାନେ ଏହା ଉପରେ ୦.୫୦% ଅଧିକ ସୁଧ ପାଆନ୍ତି । ଏଥିରେ ପ୍ରତି ମାସରେ ସର୍ବନିମ୍ନ ୧୦୦ ଟଙ୍କା ମଧ୍ୟ ନିବେଶ କରାଯାଇପାରିବ । ଏହା ବାଦ୍ ୧୦ ଗୁଣାରେ ଯେକୌଣସି ରାଶି ଜମା କରିହେବ । ସର୍ବାଧିକ ଜମା ରାଶି ଉପରେ କୌଣସି ସୀମା ନାହିଁ । ସେହିଭଳି ଡାକଘର ଆରଡିରେ ୬.୨% ସୁଧ ମିଳୁଛି । ଯେକେହି ଏଥିରେ ପ୍ରତି ମାସରେ ସର୍ବନିମ୍ନ ୧୦୦ ଟଙ୍କା ନିବେଶ କରିପାରିବେ । ଏହାଛଡ଼ା ଆପଣ ୧୦ଗୁଣାରେ ଯେକୌଣସି ରାଶି ଜମାକରିପାରିବେ । ଏଥିରେ ସର୍ବାଧିକ ଜମା ରାଶି ଉପରେ କୌଣସି ସୀମାନାହିଁ ।
ଯଦି କେହି ପୋଷ୍ଟ ଅଫିସ୍ ଆରଡିରେ ୫ବର୍ଷ ପାଇଁ ପ୍ରତି ମାସରେ ହଜାରେ ଟଙ୍କା ବିନିଯୋଗ କରନ୍ତି, ତେବେ ୫ ବର୍ଷ ପରେ ପ୍ରାୟ ୭୦ ହଜାର ୪୩୧ ଟଙ୍କା ମିଳିବ । ଅନ୍ୟ ପଟେ, ଯଦି ଆପଣ ଏସ୍ବିଆଇ ଆରଡିରେ ୫ ବର୍ଷ ପାଇଁ ପ୍ରତି ମାସରେ ହଜାରେ ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣଙ୍କୁ ୭୦ ହଜାର ୯୮୯ ଟଙ୍କା ମିଳିବ । ଯଦି ବାରମ୍ବାର ଜମା(ଆରଡି) ରୁ ସୁଧ ଆୟ ୪୦ ହଜାର ଟଙ୍କା (ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ୫୦ ହଜାର ଟଙ୍କା) ପର୍ଯ୍ୟନ୍ତ ଥାଏ, ତେବେ ଆପଣଙ୍କୁ ଏଥିରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ଯଦି ଆୟ ଏହାଠାରୁ ଅଧିକ ଥିବ; ତେବେ ୧୦% ଟିଡିଏସ୍ କଟାଯାଇଥାଏ । ଯଦି ଆପଣଙ୍କର ଆୟ ଟିକସଯୋଗ୍ୟ ନୁହେଁ, ତେବେ ଫର୍ମ ୧୫ଜି ଏବଂ ୧୫ଏଚ୍ ଦାଖଲ କରିବାକୁପଡ଼ିବ । ଯଦି ଆରଡିରୁ ବାର୍ଷିକ ସୁଧ ଆୟ ୪୦ ହଜାରରୁ ଅଧିକ (ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ୫୦ ହଜାର ଟଙ୍କା) ରୁ ଅଧିକ, କିନ୍ତୁ ଆପଣଙ୍କର ମୋଟ୍ ବାର୍ଷିକ ଆୟ (ସୁଧ ଆୟକୁ ଅନ୍ତର୍ଭୁକ୍ତ କରି) ଯେଉଁଠାରେ ଟିକସ ଦିଆଯାଏ ସେହି ସୀମା ପର୍ଯ୍ୟନ୍ତ ନୁହେଁ, ତେବେ ବ୍ୟାଙ୍କ୍ ତାହା କରେ ନାହିଁ । ଏଥିପାଇଁ ବରିଷ୍ଠ ନାଗରିକମାନଙ୍କୁ ଫର୍ମ ୧୫ଏଚ୍ ଏବଂ ଅନ୍ୟମାନଙ୍କୁ ବ୍ୟାଙ୍କରେ ଫର୍ମ ୧୫ଜି ଦାଖଲ କରିବାକୁ ପଡ଼ିବ । ଏହି ଦୁଇଫର୍ମ ହେଉଛି ଏକ ସ୍ୱଘୋଷିତ ଫର୍ମ ।